ପ୍ରାକୃତିକ ଚାଷ ଉପରେ ପ୍ରଶିକ୍ଷଣ ଶିବିର ଉଦଯାପିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଖଣ୍ଡହତା ପଞ୍ଚାୟତ ଜନକପୁର ଗ୍ରାମରେ କୃଷିସଖି ମାନଙ୍କ ପାଇଁ ପାଞ୍ଚ ଦିନ ଧରି ଚାଲିଥିବା ପ୍ରାକୃତିକ ଚାଷ ଉପରେ ପ୍ରଶିକ୍ଷଣ ଶିବିର ଶନିବାର ଅପରାହ୍ନରେ ଉଦଯାପିତ ହୋଇଯାଇଛି । ଏହାର ଉଦଯାପନୀ କାର୍ଯ୍ୟକ୍ରମ ରେ ବୀରମହାରାଜପୁର ବିଧାୟକ ଇଂ ରଘୁନାଥ ଜଗଦଲା ମୁଖ୍ୟ ଅତିଥି ଏବଂ ପ୍ରାକ୍ତନ ବ୍ଲକ ଅଧ୍ୟକ୍ଷ ସନ୍ତୋଷ କୁମାର ଭୋଇ , କୃଷି ଜିଲ୍ଲା ଅଧିକାରୀ ଧୀରେନ୍ଦ୍ର ସିଂ ବରିହା , ଗୋଷ୍ଠୀ ବୈଷୟିକ ପରିଚାଳକ ଜିତେନ୍ଦ୍ର ମେହେର , ସହକାରୀ ଉଦ୍ୟାନ କୃଷି ଅଧିକାରୀ ପ୍ରିୟ ଦର୍ଶୀନି ଝାଙ୍କର, ଓମ୍ କୃପାସିନ୍ଧୁ ଜୈବିକ ଫାର୍ମ ର ପରିଚାଳକ କାଳିନ୍ଦୀ ଚରଣ କର୍ଣ୍ଣ ,ବିଧାୟକ ପ୍ରତିନିଧି ପଦାର୍ଥ ଜଗଦଲା , ଅଶୋକ ସାହୁ , ଏକଲବ୍ୟ ସାହୁ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଥିଲେ । ଏହି ପ୍ରଶିକ୍ଷଣରେ ଭାଗ ନେଇଥିବା ସମସ୍ତ ସିଆରପି ଓ ମାଷ୍ଟର ଫାର୍ମର ଟ୍ରେନର୍ସ ମାନଙ୍କୁ ପ୍ରମାଣପତ୍ର ପ୍ରଦାନ କରାଯାଇଥିଲା। ରାସାୟନିକ ସାର ଓ କୀଟନାଶକ ବ୍ୟବହାର ନ କରି ପାରମ୍ପରିକ ପଦ୍ଧତି ଓ ଜୈବିକ ଉପାୟରେ ଚାଷ କରିବାଦ୍ୱାରା ଖର୍ଚ୍ଚ କମିବା , ମୃତ୍ତିକାର ସ୍ୱାସ୍ଥ୍ୟ ଉନ୍ନତି ହେବା ଏବଂ ପରିବେଶ ସୁରକ୍ଷିତ ରହିବା ସହିତ ଏହା ଶରୀର ପାଇଁ ଅନେକ ଲାଭ ହେଉଥିବା କଥା ଉକ୍ତ ତାଲିମ ଶିବିର ରେ ଉପସ୍ଥିତ କୃଷୀସଖି ମାନଙ୍କୁ ସୂଚନା ଦିଆଯାଇଥିଲା।