ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ ଅନ୍ତର୍ଗତ ଧର୍ମଶାଳା – ହିକୁଡି ସ୍ଥିତ ହନୁମାନ ମନ୍ଦିର ରେ ବିଜୁ ଜନତା ଦଳ ପକ୍ଷରୁ ଦୀପଦାନ ଓ ପୂଜାର୍ଚ୍ଚନା କରି ଓଡିଶା ବାସୀଙ୍କ ପ୍ରିୟ ନେତା ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି I ଦଳର ରାଜ୍ୟ ଛାତ୍ର ସଂଗଠନ ର ସାଧାରଣ ସମ୍ପାଦକ ଅମୀୟ ରଂଜନ ଦାଶ ଙ୍କ ନେତୃତ୍ଵରେ ସ୍ଥାନୀୟ ସରପଞ୍ଚ କିଶନ ଜଗଦଳl , ପୂର୍ବ ସରପଞ୍ଚ ହରିହର କର୍ଣ୍ଣ , ବରିଷ୍ଠ ସଦସ୍ୟ ଗିରୀଶ ଦାଶ , ରଞ୍ଜିତା ଭୋଇ , ଶିବ ପଧାନ , କୃତିବାସ ଚାନ୍ଦ , ମୁନୁ ଦାଶ , ପିଙ୍କୁ ପାଣିଗ୍ରାହୀ ପ୍ରମୁଖ ଙ୍କ ସହିତ ବହୁ ଦଳୀୟ କର୍ମୀ କାର୍ଯ୍ୟକ୍ରମ ରେ ଉପସ୍ଥିତ ଥିଲେ I ଏଥିରେ ବୀରମହାରାଜପୁର ବ୍ଲକ ଉପାଧ୍ୟକ୍ଷ ନାରାୟଣ ଲୁହା ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିଲେ l
ନବୀନ ପଟ୍ଟନାୟକ ଙ୍କ ଆଶୁ ଆରୋଗ୍ୟ କାମନା କଲା ବୀରମହାରାଜପୁର ଅଞ୍ଚଳର ବିଜେଡି
