Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କମାଲ କରୁଛି କି ‘ସୀତାରେ ଜମିନ୍ ପର’; ଜାଣନ୍ତୁ ଆୟ

ମୁମ୍ବାଇ: ୨୦ ଜୁନରେ ଆମିର ଖାନ ଏବଂ ଜେନେଲିଆ ଅଭିନୀତ ବହୁ ପ୍ରତୀକ୍ଷିତ ସିନେମା ସୀତାରେ ଜମିନ୍ ପର ସିନେମା ଘରେ ମୁକ୍ତିଲାଭ କରିଥିଲା। ଏହି ସିନେମାର ବକ୍ସ ଅଫିସ୍ କଲେକ୍ସନକୁ ନେଇ ବିଭିନ୍ନ ନକାରାତ୍ମକ ଅନୁମାନ କରାଯାଉଥିଲା ଯେ ଏହି ସିନେମା ରୋଜଗାର ଦୃଷ୍ଟିରୁ ବିଶେଷ କିଛି କରିପାରିବ ନାହିଁ। ତେବେ ଏହା ୧୦ କୋଟିରୁ ଅଧିକ ବ୍ୟବସାୟ କରି ହଇଚଇ ସୃଷ୍ଟି କରିଥିଲା।

ଏବେ ମୁକ୍ତିଲାଭର ତୃତୀୟ ଦିନ ଅର୍ଥାତ୍ ପ୍ରଥମ ରବିବାର, ସୀତାରେ ଜମିନ୍ ପର ବିପୁଳ ଆୟ କରିଛି। ସାକନିଲ୍କର ରିପୋର୍ଟ ଅନୁଯାୟୀ, ୨୨ ଜୁନରେ ଆମିର ଖାନଙ୍କ ସୀତାରେ ଜମିନ୍ ପର ପ୍ରାୟ ୨୫ କୋଟି ରୋଜଗାର କରିଛି, ଯାହା ଗତ ଦୁଇ ଦିନ ତୁଳନାରେ ସର୍ବାଧିକ। ସେହିପରି ମୁକ୍ତିଲାଭର ପ୍ରଥମ ଦିନଠାରୁ ଏପର୍ଯ୍ୟନ୍ତ ସୀତାରେ ଜମିନ୍ ପରର ରୋଜଗାର ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ