Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆସ୍କାରେ ୫୫୦ କୋଟି ଟଙ୍କା ପ୍ରକଳ୍ପର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଓଡ଼ିଶା ଯୁବ ବର୍ଗ ପାଇଁ ଅସୀମ ସମ୍ଭାବନାର ରାଜ୍ୟ ହେବ। ସବୁ କ୍ଷେତ୍ରରେ ବ୍ୟାପକ ସୁଯୋଗ ସୃଷ୍ଟି ହେଇଛି। ଓଡ଼ିଶା ୨୦୩୬ ସୁଦ୍ଧା ୫୦୦ ବିଲିଅନ ଡଲାର ଓ ୨୦୪୭ ସୁଦ୍ଧା ୧.୫ ଟ୍ରିଲିଅନ ଡଲାର ଅର୍ଥନୀତି ହେବ।

ଗଞ୍ଜାମ ଜିଲ୍ଲା ଆସ୍କା ଠାରେ ଆୟୋଜିତ ରାଜ୍ୟସ୍ତରୀୟ ଯୁବ ଶକ୍ତି ସମାବେଶରେ ସେ କହିଛନ୍ତି, ଓଡ଼ିଶାର ଏହି ଲକ୍ଷ୍ୟ ହାସଲରେ ଯୁବ ଶକ୍ତି ହିଁ ମୁଖ୍ୟ ଭୂମିକା ଗ୍ରହଣ କରିବେ।କେବଳ କଳା ନୈପୁଣ୍ୟ ନୁହେଁ ରାଜନୀତିରେ ମଧ୍ୟ ପାରଙ୍ଗମ ଗଞ୍ଜାମ ବାସୀ। ମୁଖ୍ୟମନ୍ତ୍ରୀ ଏହି ଅବସରରେ ଜିଲ୍ଲାରେ ୫୫୦ କୋଟି ଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶିଳାନ୍ୟାସ କରିଥିଲେ, ଏଥିରେ ୫ଟି ଜଳସେଚନ ପ୍ରକଳ୍ପ, ଗୋଟିଏ ସଡ଼କ ପ୍ରଶସ୍ତୀ କରଣ ପ୍ରକଳ୍ପ, ଗୋଟିଏ ହାଇ ଲେଭେଲ୍ ପ୍ରକଳ୍ପ ଓ ଅନ୍ୟାନ୍ୟ ପ୍ରକଳ୍ପ ରହିଛି। ମା ତାରତାରେଣୀ ମନ୍ଦିର ଉନ୍ନତିକରଣ ପାଇଁ ରିଭାଇଜ୍ ଡି ପି ଆର ପ୍ରସ୍ତୁତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଥିଲେ।

ପୋଲସରାରେ ଏକ ବିଶ୍ବସ୍ତରୀୟ ଶିଳ୍ପ ତାଲିମ ପ୍ରତିଷ୍ଠାନ ପାଇଁ ଜାଗା ଯୋଗାଇ ଦିଆଯିବ ବୋଲି ସେ କହିଥିଲେ। ଯୁବ ବର୍ଗଙ୍କୁ ଉତ୍ସାହିତ କରି ସେ କହିଥିଲେ ଆପଣ ମାନେ ନିଜ ନିଜର ପ୍ରତିଭାକୁ ଜାଣନ୍ତୁ ଏବଂ ତାର ବିକାଶ ପାଇଁ କାମ କରନ୍ତୁ। ନିଜର ଚିନ୍ତାଧାରାକୁ ବିଶ୍ବସ୍ତରୀୟ କରନ୍ତୁ। ସବୁବେଳେ ଭାବନ୍ତୁ ଯେ I MUST BE THE BEST. ତାହେଲେ ଆପଣ ସବୁ କରିପାରିବେ। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଗଞ୍ଜାମ ଜିଲ୍ଲାର ବରପୁତ୍ର ମାନଙ୍କ ସହିତ ମହାନ ଜନନେତା ଶ୍ୟାମା ପ୍ରସାଦ ମୁଖାର୍ଜୀଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ