ବୀରମହାରାଜପୁର ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଜବର ଦଖଲ ହେଲା ଉଚ୍ଛେଦ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ଜଗନ୍ନାଥ ମନ୍ଦିର ସମ୍ମୁଖରୁ ଜବର ଦଖଲ ଉଚ୍ଛେଦ ହୋଇଛି । ସୋମବାର ପୂର୍ବାହ୍ନରେ ତହସିଲଦାର ସୁଚିସ୍ମିତା ପାଣିଗ୍ରାହୀ ଙ୍କ ଉପସ୍ଥିତି ରେ ଜବରଦଖଲ ଉଚ୍ଛେଦ ହୋଇଥିଲା । ମିଳିଥିବା ସୂଚନା ଅନୁଯାୟୀ ସୁରୁଚି ମହାପାତ୍ର ନାମକ ଜଣେ ମହିଳା ନିଜ ଝିଅ ମାନଙ୍କୁ ପାଖରେ ପ୍ରାୟ ୧୫ ବର୍ଷ ଧରି ସରକାରୀ ଜମିରେ ଘରକରି ରହୁଥିଲେ । ସେଠାରେ ସେ ଗୋଟିଏ ଛୋଟ ହୋଟେଲ କରି ନିଜର ଗୁଜୁରାଣ ମେଣ୍ଟାଉଥିଲା । ଅନେକ ବର୍ଷ ହେବ ନିଜ ଝିଅ ମାନଙ୍କୁ ବିବାହ କରିଦେଇ ସାରି ସୁଦ୍ଧା ସେ ଏକୁଟିଆ ରହୁଥିଲେ । ଏହି ଘରଟି ଜଗନ୍ନାଥ ମନ୍ଦିର ସମ୍ମୁଖରେ ରହିଥିବାରୁ ଭକ୍ତ ମାନଙ୍କୁ ବହୁ ଅସୁବିଧାର ସମ୍ମୁଖିନ ହେବାକୁ ପଡୁଥିଲା। ଆଗକୁ ରଥ ଯାତ୍ରା ଥିବାରୁ ଏହି ଜବର ଦଖଲ ଉଚ୍ଛେଦ କରାଯାଇଛି । ଶୁରୁଚି କୁ ପ୍ରଶାସନ ପକ୍ଷରୁ ୪ ଡିସିମିଲ ଜମି ଗୃହ ନିର୍ମାଣ ପାଇଁ ଦିଆଯାଇଥିବା ଜଣାଯାଇଛି । ସେହିଜମି ଉପରେ ସେ ଗୃହ ନିର୍ମାଣ କରିବା ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ତାଙ୍କ ରହିବା ବ୍ୟବସ୍ଥା କରାଯାଇଥିବା ଜଣାଯାଇଛି। ଆଇନ ଶୃଙ୍ଖଳା କୁ ଦୃଷ୍ଟିରେ ରଖି ପୋଲିସ ମୁତୟନ କରାଯାଇଥିଲା I