କଳାହାଣ୍ଡି,୨୪|୦୬
ଓବିସି ମଞ୍ଚ କଳାହାଣ୍ଡି ତରଫରୁ ଏକ ଦାବିପତ୍ର ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଗଲା। ନିକଟ ଅତୀତରେ କେନ୍ଦ୍ର ସରକାର ଦେଶର ଜାତିଗତ ଜନଗଣନା କରିବାକୁ କ୍ୟାବିନେଟରେ ନିଷ୍ପତି ନେଇ ଥିବାରୁ ରାଜ୍ୟ ଓବିସି ମଂଚ ଓଡିଶା ତରଫରୁ ସାଧୁବାଦ । ଯଥାଶିଘ୍ର ଜାତି ଜନଗଣନା କରାଇ ଓବିସିଙ୍କୁ ସ୍ବତନ୍ତ୍ର ରୂପେ କେନ୍ଦ୍ର ଓ ରାଜ୍ୟ ସରକାର ଶିକ୍ଷା (ସରକାରୀ ଓ ବେସରକାରୀ ଅନୁଷ୍ଠାନରେ), ଛୋଟ ଚାକିରୀ (ସରକାରୀ ଓ ବେସରକାରୀ କ୍ଷେତ୍ରରେ) ତଥା ରାଜନୀତିରେ ସମାନୁପାତିକ ପ୍ରତିନିଧିତ୍ବ ଦେବା ଆଶା କରିଛନ୍ତି । ଏହି କାର୍ଯ୍ୟକ୍ରମରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ଦୁର୍ଗା ପ୍ରସାଦ ନାଏକ, ଓବିଶି ମଞ୍ଚ ଜିଲ୍ଲା ସଭାପତି ଡ଼ମ୍ବରୁ ଧର ଲହଜଳ କାର୍ଯ୍ୟକାରୀ ସଭାପତି ସଚ୍ଚିଦାନନ୍ଦ ମହାକୁଡ଼, ସାଧାରଣ ସମ୍ପାଦକ ହିମାଂଶୁ ଶେଖର ବରାଡ଼, ସଂଗଠନ ସମ୍ପାଦଳ ଡାକେଶ୍ବର ଲହଜଲ, କୋଷାଧକ୍ଷ ଦୀପଚନ୍ଦ ସାହୁ, ସୁରେଶ ଚନ୍ଦ୍ର ଭଇସାଲ ସମେତ ଓବିସି ମଞ୍ଚର କର୍ମକର୍ତା ଉପସ୍ଥିତ ଥିଲେ । ପୁନଃ ୧୪ ମଇ ୨୦୨୫ ଦିନ ଓଡିଶା ରାଜ୍ୟ ସରକାର ଏସଇବିସି ଙ୍କୁ ସରକାରୀ ଉଚ୍ଚଶିକ୍ଷାରେ ୧୧.୨୫% ସଂରକ୍ଷଣ ଘୋଷଣାକୁ ରାଜ୍ୟ ଓବିସି ମଂଚ ସ୍ବାଗତ କରେ । ଏହାଦ୍ୱାରା ଏସଇବିସି ଛାତ୍ର ଓ ଯୁବକମାନେ ଶିକ୍ଷା ଓ ଚାକିରୀ କ୍ଷେତ୍ରରେ କିଛି ଉପକୃତ ହେବେ । କିନ୍ତୁ ଦୁଃଖ ଏହି ଯେ ଓଡ଼ିଶା ରାଜ୍ୟ ସରକାର ମଣ୍ଡଳ କମିଶନ ସୁପାରିଶ ଲାଗୁ ହେବା ଦିନ ଠାରୁ ଏଯାବତ ୩୧ ବର୍ଷ ହେଲା ଓବିସୀଙ୍କୁ ସବୁ କ୍ଷେତ୍ରରେ ସୂନ ସଂରକ୍ଷଣ ଦେଇ ଅଣଦେଖା କରି ଆସୁଛନ୍ତି । ସ୍ପଷ୍ଟ କରୁଁ କି ଏସଇବିସି ସଂରକ୍ଷଣ ଓବିସି ସଂରକ୍ଷଣ ନୁହେଁ । କାରଣ ରାଜ୍ୟରେ ଦୁଇଟି ପଛୁଆ ବର୍ଗ ତାଲିକା ରହିଛି ଓ ଏହି ଦୁଇ ତାଲିକା ସମାନ ନୁହେଁ । ଯଥା:- ଓବିସି ମଣ୍ଡଳ କମିଶନ ନିର୍ଦ୍ଧାରିତ ଓଡ଼ିଶାର ୨୦୦ଟି ଜାତିକୁ ନେଇ ପଛୁଆ ବର୍ଗ ତାଲିକା ଓ ଏସଇବିସି ଯାହା ଓଡିଶା ରାଜ୍ୟ ସରକାର ଗଠିତ ଦାସ କମିଶନ ନିର୍ଦ୍ଧାରିତ ୨୧୦ ଟି ଜାତିବିସିଷ୍ଟ ଚାଲିକା, ଯେଉଁଥରେ ୨୦୦ ଟି ଓବିସି ଜାତି ତାଲିକା ସହ ୧୦ଟି ଅଣଓବିସି, ସାଧାରଣ ବର୍ଗର ଜାତି ଙ୍କୁ ଯୋଡ଼ା ଯାଇଛି । ଅର୍ଥାତ୍ ଏସଇବିସି ହେଲା ଓବିସି ଯୁକ୍ତ ୧୦ଟି ସାଧାରଣ ବର୍ଗର ଜାତି । ଫଳରେ ଏସଇବିସି ବର୍ଗରେ ଓବିସି ଯୁବକଙ୍କୁ ସରକାରୀ ଚାକିରିଟିଏ ପାଇବାକୁ ହେଲେ ଅଣ-ଓବିସି, ସାଧାରଣ ବର୍ଗର ଯୁବକଙ୍କ ସହ ପ୍ରତିଦ୍ୱନ୍ଦିତା କରିବାକୁ ହେଉଛି ଓ ସେମାନେ ବିଫଳ ହେଉଛନ୍ତି ।ରାଜନୀତିରେ ମଧ୍ୟ ୨୭ % ରିଜର୍ଭେସନ ଦିଆଯାଉ । ନହେଲେ ଆଗାମୀ ଦିନରେ ଆନ୍ଦୋଳନ ତୀବ୍ରତର ହେବ ବୋଲି ଚେତାବନୀ ଦେଇଛି ଓବିସି ସଂଘ ।
ଓବିସି ମଞ୍ଚ କଳାହାଣ୍ଡି ତରଫରୁ ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ ।
