ସୁବର୍ଣ୍ଣପୁର ଜିଲ୍ଲା ରୁଗୁଡିପାଲିଗାଁରେ ଯୁବକକୁ ହତ୍ୟା ଅଭିଯୋଗ, ପୋଲିସର ତଦନ୍ତ ଆରମ୍ଭ ା


ସୁବର୍ଣ୍ଣପୁର-ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଥାନା ରୁଗୁଡିପାଲି ଗାଁରେ ଯୁବକକୁ ହତ୍ୟା ଅଭିଯୋଗ । ବୀରମହାରାଜପୁର ପୋଲିସର ତଦନ୍ତ ଅରମ୍ଭ । ମୃତକ ଜଣକ ହେଲେ ରୁଗୁଡିପାଲି ଗାଁର ସେବକ ଜଗଦଲା । ଗତ ଦୁଇଦିନ ହେଲା ସେବକ ଦଣ୍ଡଯାତ୍ରା ଦେଖିବାକୁ ଯାଇ ଅଉ ଘରକୁ ଫେରିନଥିଲେ । ପରିବାର ଲୋକ ବହୁ ଖୋଜାଖୋଜି ପରେ ମଧ୍ୟ ସେବକଙ୍କ କୌଣସି ଖୋଜ ଖବର ପାଇନଥିଲେ । ତେବେ ଗତକାଲି ସେବକଙ୍କ ମୃତଦେହ ଗାଁ ମୁଣ୍ଡରେ ପଡିଥିବା ଅବସ୍ଥାରେ ମିଳିଥିଲା । ମୃତ ସେବକଙ୍କ ମୁଣ୍ଡ ପଛପଟେ ଆଘାତ ଲାଗିଥିବାରୁ ତାକୁ ହତ୍ୟା କରାଯାଇଥିବା ସନ୍ଦେହରେ ତାଙ୍କ ସମ୍ପର୍କୀୟ ଲବ ଜଗଦଲା ବୀରମହାରାଜପୁର ଥାନାରେ ଏକ ହତ୍ୟା ଅଭିଯୋଗ କରିଛନ୍ତି । ଅଭିଯୋଗ ଆଧାରରେ ବୀରମହାରାଜପୁର ପୋଲିସ ତଦନ୍ତ ଆରମ୍ଭ କରିଛି । ସେପଟେ ମୃତ ସେବକଙ୍କ ଶବକୁ ପରିବାର ଓ ସମ୍ପର୍କୀୟ ଗାଁ ମୁଣ୍ଡ ନାଳରେ ପୋତି ଦେଇଥିବାବେଳେ ଗତକାଲିଠାରୁ ପୋଲିସ ସେଠାରେ ଶବକୁ ଜଗିରହିଛି । ଆଜି ମାଜିଷ୍ଟେଙ୍କ ଉପସ୍ଥିତିରେ ଶବକୁ ବାହାର କରାଯାଇ ପୋଷ୍ଟମଟମ କରାଯିବ। ସେପଟେ ଏହି ଘଟଣାରେ ପୋଲିସ ଗାଁର ଦୁଇଜଣକୁ ଅଟକ ରଖି ତଦନ୍ତ ଆରମ୍ଭ କରିଛି ।