Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବର୍ଷକୁ ଦୁଇଥର ହେବ ସିବିଏସ୍‌ଇ ଦଶମ ବୋର୍ଡ ପରୀକ୍ଷା, ଦ୍ବିତୀୟ ଇଚ୍ଛାଧୀନ

ନୂଆଦିଲ୍ଲୀ: ସିବିଏସଇ ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ବର୍ଷକୁ ଦୁଇଥର ଅନୁଷ୍ଠିତ ହେବ। ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଫେବୃଆରୀରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ମେ’ରେ ହେବ। ପ୍ରଥମ ପର୍ଯ୍ୟାୟର ଫଳାଫଳ ଏପ୍ରିଲରେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ଜୁନରେ ଆସିବ।

କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (CBSE) ୨୦୨୬ରୁ ବର୍ଷକୁ ଦୁଇଥର ଦଶମ ଶ୍ରେଣୀ ବୋର୍ଡ ପରୀକ୍ଷା ପରିଚାଳନା କରିବାକୁ ଯାଉଛି । ପରୀକ୍ଷା ନିୟନ୍ତ୍ରକ ସଂୟମ ଭରଦ୍ୱାଜ ଏହା ସ୍ପଷ୍ଟ କରିଛନ୍ତି। ପ୍ରଥମ ବୋର୍ଡ ପରୀକ୍ଷାରେ ଯୋଗଦେବା ବାଧ୍ୟତାମୂଳକ ହେବ । ଦ୍ୱିତୀୟ ଥର ଆୟୋଜିତ ପରୀକ୍ଷାରେ ଯୋଗଦେବା ଛାତ୍ରଛାତ୍ରୀଙ୍କ ପାଇଁ ଇଚ୍ଛାଧୀନ । ଆଭ୍ୟନ୍ତରୀଣ ମୂଲ୍ୟାଙ୍କନ କେବଳ ଥରେ କରାଯିବ।

ଏହି ବ୍ୟବସ୍ଥା ମାଧ୍ୟମରେ ଛାତ୍ରଛାତ୍ରୀମାନଙ୍କୁ ଉତ୍ତମ ସୁଯୋଗ ପ୍ରଦାନ କରିବା ହେଉଛି ସିବିଏସଇର ଲକ୍ଷ୍ୟ। ଯାହା ଦ୍ୱାରା ସେମାନେ ସେମାନଙ୍କ ପ୍ରସ୍ତୁତି ଅନୁସାରେ ଭଲ ପ୍ରଦର୍ଶନ ସହ ଚାପ ମଧ୍ୟ ହ୍ରାସ କରିପାରିବେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ