Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଇଂରାଜୀ ଭାଷାକୁ ନେଇ କାହିଁକି ଟ୍ରୋଲ ହେଲେ ଦିଲଜିତ ଦୋସାଞ୍ଜ…

ନୂଆଦିଲ୍ଲୀ: ଦିଲଜିତ ଦୋସାଞ୍ଜଙ୍କ ଆଗାମୀ ଫିଲ୍ମ ‘ସର୍ଦ୍ଦାରଜୀ ୩’ କୁ ନେଇ ଲୋକଙ୍କ ମଧ୍ୟରେ ଆକ୍ରୋଶ ବଢ଼ିବାରେ ଲାଗିଛି। ଏହା ମଧ୍ୟରେ ତାଙ୍କର ଏପରି ଏକ ଭିଡିଓ ଭାଇରାଲ ହୋଇଛି ଯେଉଁଥିରେ ସେ ସ୍ପଷ୍ଟ ଭାବରେ ଇଂରାଜୀ କହୁଥିବା ନଜର ଆସିଛନ୍ତି।  ଯାହା କି ଲୋକମାନଙ୍କୁ ଆହୁରି ଆଶ୍ଚର୍ଯ୍ୟ କରିଦେଇଛି। ତେବେ ଆଗରୁ ଦିଲଜିତ ଲୋକଙ୍କ ମନରେ ନିଜ ପାଇଁ ଜାଗା ସୃଷ୍ଟି କରିବାକୁ ଯାଇ ଦେଶୀ ହେବାର ଅଭିନୟ କରିଥିବା ନେଇ ଅନେକ ମତ ଦେଉଛନ୍ତି। ତାଙ୍କର ଏକ ଭିଡିଓଟି ରେଡିଟରେ ପୋଷ୍ଟ କରାଯାଇଛି।

ଗ୍ରାମି ରାଷ୍ଟ୍ରପତିଙ୍କ ସହିତ ଦିଲଜିତ ଇଂରାଜୀରେ କଥା ହେଉଥିବାର ଶୀର୍ଷକ ମଧ୍ୟ ଦିଆଯାଇଅଛି। ଏହି କ୍ଲିପରେ ସେ ବିନା କୌଣସି ଦ୍ଵନ୍ଦରେ ରାଷ୍ଟ୍ରପତିଙ୍କ ସହ ଇଂରାଜୀରେ କଥା ହେଉଥିବାର ନଜର ଆସିଛନ୍ତି। ତେବେ ଏହାକୁ ନେଇ ଅନେକ ଲୋକ ଅନେକ ମତ ଦେଇଛନ୍ତି। ତାଙ୍କର ସମ୍ପୂର୍ଣ୍ଣ ବ୍ୟକ୍ତିତ୍ୱକୁ କେତେଜଣ ୟୁଜର ନକଲି କହୁଥିବା ବେଳେ ସେ ଜନସାଧାରଣଙ୍କ ଆଗରେ ଆଜି ପର୍ଯ୍ୟନ୍ତ ଯାହା ବି ଚରିତ୍ର ଦେଖାଇଛନ୍ତି ତାହା ମିଛ ବୋଲି ମଧ୍ୟ ଲୋକମାନେ କହୁଛନ୍ତି। ସେ ସମଗ୍ର ଦେଶକୁ ବୋକା ବନାଉଥିବା ନେଇ ମଧ୍ୟ ଅନେକ ମତ ଦେଉଛନ୍ତି।

ଅପରପକ୍ଷରେ ଅନ୍ୟ ଜଣେ କହିଛନ୍ତି ଯେ  ଜଣେ ପଞ୍ଜାବୀ ହୋଇଥିବାରୁ ସେ ଜାଣିଥିଲେ ଯେ ଦିଲଜିତ୍ ଇଂରାଜୀ ଜାଣନ୍ତି। ପଞ୍ଜାବୀ କଳାକାରମାନେ ଦୁନିଆ କୁ ଦେଖାଇବା ପସନ୍ଦ କରନ୍ତି ନାହିଁ ଓ ସେମାନେ ନିଜର ଦେଶୀ ଅନ୍ଦାଜରେ ରହିବାକୁ ପସନ୍ଦ କରିଥାନ୍ତି ବୋଲି ସେ କହିଥିଲେ। କାରଣ ଦେଶର ଲୋକମାନେ ପଞ୍ଜାବୀ ବ୍ୟକ୍ତିତ୍ଵକୁ ପସନ୍ଦ କରିଥାନ୍ତି ବୋଲି ସେହି ୟୁଜର ଜଣକ ମତ ଦେଇଛନ୍ତି।

ଏହା ପୂର୍ବରୁ ମେଟ୍ ଗାଲା ସମୟରେ ଦିଲଜିତ ନିଜର ଖରାପ ଇଂରାଜୀ ଯୋଗୁ ଶାକିରାଙ୍କ ସହ କଥା ହୋଇପାରିନଥିବା ପୋଷ୍ଟ କରିଥିଲେ। ଇଂରାଜୀରେ କଥା ହେବା ପାଇଁ ତାଙ୍କୁ ଚାଟ୍ ଜିପିଟିର ସାହାଯ୍ୟ ନେବାକୁ ପଡିବ ବୋଲି ମଧ୍ୟ ସେ କହିଥିଲେ। କିନ୍ତୁ ଏବେ ତାଙ୍କ ଫ୍ଲୁଏଣ୍ଟ ଇଂରାଜୀକୁ ନେଇ ୟୁଜର୍ସ ଖୁବ୍ ଟ୍ରୋଲ ମଧ୍ୟ କରୁଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ