ବରିଷ୍ଠ ନାଗରିକ କାର୍ଯ୍ୟାଳୟ ରେ ସ୍ଵାସ୍ଥ୍ୟ ସେବା ଶିବିର ଆୟୋଜିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ଆନୁକୂଲ୍ୟରେ ଗୁରୁବାର ସକାଳ ୧୦ ଘଣ୍ଟା ସମୟରେ ଏକ ନିଃଶୁଳ୍କ ସ୍ବାସ୍ଥ୍ୟ ସେବା ଶିବିର ସହିତ ବିଶ୍ବ ନିଶା ନିବାରଣ ଦିବସ ଅନୁଷ୍ଠିତ ହୋଇଯାଇଛି। ଏ ଉପଲକ୍ଷେ ଆୟୋଜିତ ସମାବେଶରେ ସଂଗଠନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ଅଧ୍ୟକ୍ଷତାରେ ସ୍ବାସ୍ଥ୍ୟ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଉପଖଣ୍ଡ ଚିକିତ୍ସାଳୟର ଡାକ୍ତର ମାନସ କୁମାର ନାୟକ , ଫରମାସିଷ୍ଟ ଗଦାଧର ସୁରୁଜାଲ ,ଏ ଏନ୍ ଏମ୍ ଭାମାବତୀ ହାତୀ , ମହାନଦୀ ନେତ୍ର ଚିକିତ୍ସାଳୟ ର ଚକ୍ଷୁ ବିଶେଷଜ୍ଞ ପ୍ରଶାନ୍ତ କୁମାର ଦାଶ , ସହଯୋଗୀ ମାନସ ଦଣ୍ଡସେନା , ସୌମ୍ୟରଞ୍ଜନ ଭୋଇ ପ୍ରମୁଖ ଯୋଗଦାନ କରିଥିଲେ । ବୟସ୍କଙ୍କ ସ୍ବାସ୍ଥ୍ୟ ର ଯତ୍ନ, ବେଆଇନ ନିଶା କାରବାର ରୋକିବା , ଦୈନିକ ଜୀବନ ଚର୍ଯ୍ୟା , ଆହାର , ନିଦ୍ରା , ତପ , ସ୍ୱାଧ୍ୟାୟ , ବ୍ରହ୍ମଚର୍ଯ୍ୟ, ଯୋଗ , ପ୍ରାଣାୟମ ଆଦି ସମ୍ପର୍କରେ ଆଲୋଚନା କରା ଯାଇଥିଲା । ଅନୁଷ୍ଠାନ ର ଉପ ସଭାପତି ସୌମିତ୍ରି ମେହେର ସ୍ବାଗତ ସମ୍ଭାଷଣ ଦେଇଥିବା ବେଳେ ପୂର୍ବତନ ସଭାପତି ଭଗବାନ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ I ଡ. ଦ୍ବିତୀକୃଷ୍ଣ ପଣ୍ଡା ସଭା ସଂଯୋଜନା କରିଥିଲେ । ପରେ ପରେ ନିଃଶୁଳ୍କ ଭାବରେ ରକ୍ତଚାପ , ଚକ୍ଷୁ , ବ୍ଲଡ ସୁଗର ଆଦି ପରୀକ୍ଷା କରା ଯାଇଥିଲା । କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ନାରାୟଣ ପ୍ରସାଦ ନାୟକ , ଧର୍ମଦତ୍ତ ପାଢୀ, ପୂର୍ବତନ ସଭାପତି କୃଷ୍ଣ ଚନ୍ଦ୍ର ପାଢୀ , ସମ୍ପାଦକ ସନ୍ତୋଷ ଷଡ଼ଙ୍ଗୀ , କୋଷାଧ୍ୟକ୍ଷ ଦୟାନିଧି ହୋତା , ନିତ୍ୟାନନ୍ଦ ତ୍ରିପାଠୀ , ଅକ୍ରୂର ଦନ୍ତା , ତ୍ରିନାଥ ମିଶ୍ର , ଦିଲ୍ଲିପ ମିଶ୍ର , ଚମରା ମହାକୁର, ଜୟଦେବ ସାହୁ , ଶ୍ୟମ ସୁନ୍ଦର ସେଠୀ , ବାସୁଦେବ ପଣ୍ଡା , ଭୀମସେନ ବାରିକ , ନିରଞ୍ଜନ ସେଠୀ , ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ , ବଳରାମ କାଣ୍ଡ , ପ୍ରଶାନ୍ତ ସେଠ୍ , ସୁରୁ ସାହୁ , ଗୋଲକ ବିହାରୀ ଦେହୁରୀ , ରତ୍ନାକର ମହାକୁର , ଜ୍ଞାନେନ୍ଦ୍ର ତ୍ରିପାଠୀ , ଭୂଷଣ ପାତ୍ର , ଅକ୍ଷୟ କୁମାର ମିଶ୍ର , ରାଧେଶ୍ୟାମ ରାଏ , ଧନୁର୍ଦ୍ଧର ମିର୍ଦ୍ଧା ପ୍ରମୁଖ ସାମିଲ ହୋଇଥିଲେ।