ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଠାରେ ଚତୁର୍ଦ୍ଧା ମୂର୍ତ୍ତୀ ଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇ ଯାଇଛି । ଏହି ଉପଲକ୍ଷେ ଆଜି ବଡି ଭୋରରୁ ଦ୍ବାରଫିଟା , ସୂର୍ଯ୍ୟପୂଜା ଆଦି ନୀତିକାନ୍ତି ସମାପନ ପରେ ଶ୍ରୀବିଗ୍ରହମାନଙ୍କୁ ବେଶ କରା ଯାଇଥିଲା ଓ ଅପରାହ୍ନ ୩ଘଣ୍ଟା ସମୟରେ ପହଣ୍ଡି କାର୍ଯ୍ୟ ଆରମ୍ଭ କରା ଯାଇଥିଲା। ପ୍ରଥମେ ଜଗନ୍ନାଥ ମନ୍ଦିର ରୁ ଚକ୍ରରାଜ ସୁଦର୍ଶନ , ବଳଦେବ , ସୁଭଦ୍ରା ଓ ଜଗନ୍ନାଥ ଙ୍କୁ ବାହାରକୁ ଅଣାଯାଇ ଟାହିଆ ଖଞ୍ଜା ଯାଇଥିଲା । ପରେପରେ ଠାକୁର ମାନଙ୍କୁ ଧାଡି ପହଣ୍ଡିରେ ରଥ ପାଖକୁ ଅଣା ଯାଇଥିଲା ଓ ଚାରମାଳ ଖଞ୍ଜି ବିଗ୍ରହ ମାନଙ୍କୁ ରଥାଋଢ କରା ଯାଇ ରଥ ଟଣା ଯାଇଥିଲା । ସୁଭଦ୍ରା ରଥକୁ ମହିଳା ମାନଙ୍କ ଦ୍ଵାରା ଟଣା ଯାଇଥିଲା । ସତ୍ୟ ନାରାୟଣ ଚାନ୍ଦ, ଗିରିଧାରୀ ହୋତା , ସୁବାସ ଶତପଥୀ , ମନରଞ୍ଜନ ଦାଶ , ବିଜୟ ହୋତା , ଯୁଗଳ ମିଶ୍ର ପହଣ୍ଡି ଗୀତ ଗାଇଥିବା ବେଳେ ଦିଲ୍ଲିପ ମିଶ୍ର , ପ୍ରବୀର ରଥ , ଦିଲ୍ଲିପ ତ୍ରିପାଠୀ , ନରେନ୍ଦ୍ର ଚାନ୍ଦ , ବାସୁଦେବ ରଥ , ନିତ୍ୟାନନ୍ଦ ତ୍ରିପାଠୀ , ସନ୍ତୋଷ ଷଡ଼ଙ୍ଗୀ , ବିପିନ ନନ୍ଦ , ଶ୍ରୀନିବାସ ନାୟକ , ସନ୍ୟାସୀ ଶତପଥୀ , ଶ୍ରୀନିବାସ ରଥ , ଭଗବାନ ମିଶ୍ର ଓ ଆହୁରି ଅନେକ ବ୍ରାହ୍ମଣ ସେବାୟତ ପହଣ୍ଡି କାର୍ଯ୍ୟ କରିଥିଲେ । ବିଷ୍ଣୁ ଚରଣ ପଣ୍ଡା ଛେରା ପହଁରା କାର୍ଯ୍ୟ କରିଥିବାବେଳେ ଡ଼କ୍ଟର ଦ୍ବିତୀକୃଷ୍ଣ ପଣ୍ଡା , ରାମକୃଷ୍ଣ ହୋତା , ସତ୍ୟ ନାରାୟଣ ଦାଶ ଓ ଗୌରୀଶଙ୍କର ପାଣିଗ୍ରାହୀ ପ୍ରମୁଖ ପ୍ରତ୍ୟକ୍ଷ ଧାରା ବିବରଣୀ ପ୍ରଦାନ କରିଥିଲେ । ରଥଯାତ୍ରା ଅବସରରେ ବହୁ ଶିଶୁଙ୍କ ରଥ ଛୁଆଁ କାର୍ଯ୍ୟ ଆଚାର୍ଯ୍ୟ ବିଶ୍ଵାମିତ୍ର ଚାନ୍ଦ , ସୁଶାନ୍ତ ପୁରୋହିତ ଓ ବିଶ୍ୱଜିତ ଚାନ୍ଦଙ୍କ ଦ୍ଵାରା ଅନୁଷ୍ଠିତ ହୋଇଥିଲା । ଏ ଅବସରରେ ରଥ ଯାତ୍ରା ଦେଖିବାକୁ ଆଖ ପାଖ ବିଭିନ୍ନ ଗ୍ରାମରୁ ବହୁ ଶ୍ରଦ୍ଧାଳୁ ଭକ୍ତ ମାନଙ୍କ ଭଡ଼ ଲାଗି ରହିଥିଲା I
ବୀରମହାରାଜପୁର ରଥ ଯାତ୍ରା ରେ ମହିଳା ମାନେ ସୁଭଦ୍ରା ଙ୍କ ରଥ ଟାଣିଲେ
