Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ଜଗନ୍ନାଥ ମନ୍ଦିର ପରିସରରେ ଶ୍ରୀ ହନୁମାନ ମନ୍ଦିର ପ୍ରତିଷ୍ଠା ପାଇଁ କଳସ ଶୋଭାଯାତ୍ରା

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରସ୍ଥ ନବ ନିର୍ମିତ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ପାଇଁ ଶନିବାର କଳସ ଶୋଭାଯାତ୍ରା ଅନୁଷ୍ଠିତ ହୋଇ ଯାଇଛି। ସ୍ଥାନୀୟ ରଜା ବନ୍ଧରୁ ମହିଳା ମାନେ ଜଳପୂର୍ଣ୍ଣ କଳସ କୀର୍ତ୍ତନ୍ୟ ସହିତ ଆଣି ମନ୍ଦିର ରେ ସ୍ଥାପନା କରିଥିଲେ । ଶ୍ରୀଜଗନ୍ନାଥ ମହିଳା କୀର୍ତ୍ତନ୍ୟ ମଣ୍ଡଳୀ ର ଗାୟିକା ଜ୍ୟୋତି ମଞ୍ଜରୀ ପୁରୋହିତ , ସଦସ୍ୟା ଦୂଲଣି ସିଂହ , ନଳିନୀ ବିଶି , ସୌଦାମିନି ହୋତା , ସୁରେନ୍ଦ୍ର , ସବିତା ପତି , ସଦସ୍ୟ ରମାକାନ୍ତ ପୁରୋହିତ , ସୁରେନ୍ଦ୍ର ମହାକୁର , ବାୟକ ଲବ କିଶୋର ଭୁକ୍ତା , ସୁରେନ୍ଦ୍ର ପଧାନ , ଶ୍ରୀନିବାସ ଗୁରୁ , ଦିଲ୍ଲିପ ବଘାର , ଶୁକ୍ରୁ ବେହେରା , କୃଷ୍ଣଚନ୍ଦ୍ର ମଲ୍ଲିକ ଏବଂ ସମସ୍ତ ସଦସ୍ୟା ସାମିଲ ହୋଇଥିଲେ। କର୍ତ୍ତା ଭାବରେ ବିଷ୍ଣୁ ଚରଣ ପଣ୍ଡା ଓ ପତ୍ନୀ ସୁବୀଣା ମିଶ୍ର ରହିଥିବାବେଳେ ପୂଜକ ଭାବରେ ସୀତାରାମ ପାଢୀ ରହିଛନ୍ତି । ମହେଶ ପଣ୍ଡା, ରମେଶ ପଣ୍ଡା , ବୃନ୍ଦାବନ ପଣ୍ଡା , ଯୁଗଳ ମିଶ୍ର , ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା , ଚମରା ମହାକୁର , ଦିଲ୍ଲିପ ମିଶ୍ର , ଭଗବାନ ମିଶ୍ର , ବନମାଳୀ ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ । ଆସନ୍ତା କାଲି ରବିବାର ଗାୟକ ସଚ୍ଚିଦାନନ୍ଦ ପଣ୍ଡାଙ୍କ ଦ୍ଵାରା ସୁନ୍ଦର କାଣ୍ଡ ପାଠ ଏବଂ ସୋମବାର ସାମୂହିକ ହନୁମାନ ଚାଳିଶା ପଠନ ହେବ ବୋଲି କର୍ତ୍ତା ପ୍ରକାଶ କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ