Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପକ୍ଷୀପ୍ରେମୀ ସତ୍ୟଜିତ ଙ୍କ ଦ୍ଵାରା ଆହତ କଜଳପlତି ଚଢେଇ ଉଦ୍ଧାର

ଉଲୁଣ୍ଡା : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକର ପକ୍ଷୀପ୍ରେମୀ ଶ୍ରୀ ସତ୍ୟଜିତ ଗଡୁଆ କୋଟସମଲେଇ ପାତାଳି ଶ୍ରୀକ୍ଷେତ୍ର ଆସୁଥିବା ବେଳେ ପାତାଳି ରାସ୍ତାକଡରେ କୌଣସି କାରଣରୁ ଆହତ ହୋଇ ଏକ କଜଳପାତି ପକ୍ଷୀ ପଡିରହିଥିବା ଦେଖି ସଙ୍ଗେ ସଙ୍ଗେ ପକ୍ଷୀଟିକୁ ଉଦ୍ଧାର କରିଥିଲେ l ପକ୍ଷୀର ଡେଣାରେ ସାମାନ୍ୟ ଆଘାତ ହୋଇଥିବା ବେଳେ ବାମ ଗୋଡ଼ରେ ଆଘାତ ହୋଇଥବା ପକ୍ଷୀପ୍ରେମୀ ପ୍ରକାଶ କରିଛନ୍ତି l ରକ୍ତାକ୍ତ ଅବସ୍ଥାରେ ପଡିରହିଥିବା ଆହତ ପକ୍ଷୀଟିକୁ ଉପଯୁକ୍ତ ସ୍ଥାନକୁ ଆଣି ଗ୍ଲୁକୋଜ ପାଣି ପିଆଇବା ସହ ପକ୍ଷୀର ସଠିକ ଯତ୍ନ ନେଇଥିଲେ ପରେ ପକ୍ଷୀଟି ସୁସ୍ଥ ଅନୁଭବ ହେବା ପରେ ତାହାର ପାତାଳି ପାହାଡ଼ ନିକଟସ୍ଥ ପ୍ରାକୃତିକ ବାସସ୍ଥଳୀରେ ଛାଡି ଦେଇଥିଲେ l ପ୍ରାକୃତିକ ପରିବେଶ , ଅସୁରକ୍ଷିତ ପକ୍ଷୀମାନଙ୍କୁ ସୁରକ୍ଷା , ବିପଦ ଥିବା ବନ୍ୟପ୍ରାଣୀ ମାନଙ୍କୁ ସୁରକ୍ଷା କରିବା ସହିତ ବିରଳ ପ୍ରଜାତିର ପକ୍ଷୀ ମାନଙ୍କର ସୁରକ୍ଷା କରିବା ପାଇଁ ସତ୍ୟଜିତ ସବୁବେଳେ ଉଦ୍ୟମ ଜାରି ରଖିଛନ୍ତି l ପକ୍ଷୀପ୍ରେମୀ ସତ୍ୟଜିତଙ୍କ ଏଭଳି ଉଦ୍ୟମକୁ ଜନସାଧାରଣରେ ଉଚ୍ଚ ପ୍ରଶଂସିତ କରାଯାଉଅଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ