ଜଗନ୍ନାଥ ମନ୍ଦିର ପରିସରରେ ନବନିର୍ମିତ ହନୁମାନ ମନ୍ଦିର ପ୍ରତିଷ୍ଠା ଉତ୍ସବ ରେ ସାମୁହିକ ହନୁମାନ ଚାଳିଶା ପଠନ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ଶ୍ରୀ ଜଗନ୍ନାଥ ମନ୍ଦିର ପରିସରରେ ନବ ନିର୍ମିତ ହନୁମାନ ମନ୍ଦିରର ପ୍ରତିଷ୍ଠା ଉତ୍ସବ ଅବସରରେ ସୋମବାର ସାମୂହିକ ହନୁମାନ ଚାଳିଶା ପଠନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇ ଯାଇଛି । କର୍ତ୍ତା ଭାବରେ ବିଷ୍ଣୁ ଚରଣ ପଣ୍ଡା ଓ ପତ୍ନୀ ସୁବୀଣା ମିଶ୍ର ରହିଥିବାବେଳେ ପୂଜକ ଭାବରେ ସୀତାରାମ ପାଢୀ ହବନ ଓ ପ୍ରତିଷ୍ଠା କାର୍ଯ୍ୟ ସମ୍ପାଦନ କରିଥିଲେ । ଶ୍ରୀଜଗନ୍ନାଥ ମନ୍ଦିରର ପୂଜକ ବିଶ୍ଵାମିତ୍ର ଚାନ୍ଦ ଓ ବିଶ୍ୱଜିତ ଚାନ୍ଦ ଏହି କାର୍ଯ୍ୟରେ ସହଯୋଗ କରିଥିଲେ। ଅପରାହ୍ନ ପ୍ରାୟ ୨-୦୦ଘ ସମୟରେ ଶ୍ରୀହନୁମାନ ବିଗ୍ରହଙ୍କ ମନ୍ଦିର ପ୍ରବେଶ ହୋଇଥିଲା । ଶହ ଶହ ଶ୍ରଦ୍ଧାଳୁ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ । ଦ୍ବିତୀକୃଷ୍ଣ ପଣ୍ଡା , ଗଣେଶ୍ୱର ହୋତା , ସନ୍ୟାସୀ ଶତପଥି , ସୂର୍ଯ୍ୟ ନାରାୟଣ ପଣ୍ଡା,ଦିଲ୍ଲୀପ ମିଶ୍ର,ଭଗବାନ ମିଶ୍ର , ଅକ୍ଷୟ ଦାସ, ଶିବ ରମଣ ପଣ୍ଡା , ପଞ୍ଚାନନ ପାଣିଗ୍ରାହୀ , ବନମାଳୀ ପଣ୍ଡା , ଗିରିଧାରୀ ହୋତା , ଜଗଦୀଶ ଚାନ୍ଦ, ପିତବାସ ପଣ୍ଡା , ଦିଲ୍ଲିପ ତ୍ରିପାଠୀ , ଶ୍ରୀନିବାସ ନାୟକ , ସତ୍ୟ ନାରାୟଣ ଚାନ୍ଦ , ଜନ୍ମେଜୟ ବିଶି , ପ୍ରମୁଖ ହନୁମାନ ଚାଳିଶା ପାଠ କରିଥିଲେ । ପରେ ପରେ ଭଜନ ସମାରୋହ ଅନୁଷ୍ଠିତ ହୋଇଥିଲା।ମହେଶ ପଣ୍ଡା , ରମେଶ ପଣ୍ଡା , ଯୁଗଳ ମିଶ୍ର , ଚମରା ମହାକୁର , ନରେନ୍ଦ୍ର ଚାନ୍ଦ , ସତ୍ୟମ୍ କୁମାର ପଣ୍ଡା , ଶିବ ପ୍ରସାଦ ଅମାତ , ଚମ୍ପେଶ୍ବର ଚାନ୍ଦ , ସୌଦାମିନି ହୋତା , ଜ୍ୟୋତି ମଞ୍ଜରୀ ପୁରୋହିତ , ମାଧୁରୀ ଷଡ଼ଙ୍ଗୀ , ଅଜିତ କୁମାର ପଣ୍ଡା , କୃଷ୍ଣଚନ୍ଦ୍ର ପଣ୍ଡା ପ୍ରମୁଖ ସହଯୋଗ କରିଥିଲେ ।