ନିଖୋଜ ସ୍ଵାମୀ କୁ ପାଇବା ଆଶାରେ ସୁବର୍ଣ୍ଣପୁର ଏସ୍ ପି ଙ୍କ ଦ୍ୱାରସ୍ଥ ହେଲେ ସ୍ତ୍ରୀ ଜ୍ଯୋତି ଭରା ସାଗର


ସୋନପୁର : (ସୌମିତ୍ରି ମେହେର) ଗତ ଏପ୍ରିଲ ମାସ ରେ ଖଡ଼ଗପୁର ଯାଉଛି କହି ଆଉ ଫେରି ନ ଥିଲେ ରାମପୁର ନିବାସୀ ନାରାୟଣ ଭରା ସାଗର । ତାଙ୍କ ସ୍ତ୍ରୀ ସ୍ବାମୀ ଫେରିବା ବାଟ କୁ ଚାହିଁ ଚାହିଁ ଦସ ଦିନ ବିତିଯିବା ପରେ ରାମପୁର ଥାନା ଏପ୍ରିଲ ୧୩ ତାରିଖ ରେ ସ୍ବାମୀ ନିଖୋଜ ଥିବା ଅଭିଯୋଗ କଲେ । ମାତ୍ର ଇତି ମଧ୍ୟ ରେ ପ୍ରାୟ ତିନି ମାସ ବିତି ଯିବାକୁ ବସିଥିବା ବେଳେ କିଛି ସୁଫଳ ନ ପାଇ ନ୍ୟାୟ ଆଶା ରେ ସୁବର୍ଣ୍ଣପୁର ଜିଲ୍ଲା ଆରକ୍ଷୀ ଅଧିକ୍ଷକ ଙ୍କୁ ଭେଟି ନିଜ ଗୁହାରୀ ଜଣାଇଛନ୍ତି ସ୍ତ୍ରୀ ଜ୍ୟୋତି ଭରାସାଗର । ତାଙ୍କ ସ୍ଵାମୀ ଙ୍କ ମୋବାଇଲ ଯାଞ୍ଚ କରି ତାଙ୍କ ସ୍ଵାମୀ ଙ୍କୁ ଖୋଜି ପାଇବା ରେ ସାହାଯ୍ୟ କରିବାକୁ କୋହଭରା କଣ୍ଠ ରେ କହିଛନ୍ତି ଶ୍ରୀମତୀ ଭରାସାଗର । ତାଙ୍କ ଦୁଇ ଛୁଆ ମଧ୍ୟରୁ ପୁଅ ମାଟ୍ରିକ ପାସ୍ କରି କଲେଜ ଯିବାକୁ ଥିବା ବେଳେ ସାନ ଝିଅ ନବମ ଶ୍ରେଣୀ ରେ ପାଠ ପଢୁଛି । ବାପା ଙ୍କ ଅପେକ୍ଷା ରେ ସମ୍ପୂର୍ଣ୍ଣ ପରିବାର।