Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସମୁଦ୍ରରେ ବୁଡିଲା ଜାହାଜ, ୪ ମୃତ ୩୮ ନିଖୋଜ

ବାଲି: ଇଣ୍ଡୋନେସିଆର ବାଲିରେ ଏକ ବଡ଼ ସାମୁଦ୍ରିକ ଦୁର୍ଘଟଣା ସାମ୍ନାକୁ ଆସିଛି। ଯେଉଁଥିରେ ଜାହାଜ ସମେତ ଯାତ୍ରୀ ଓ ଯାନବାହାନ ମଧ୍ୟ ସମ୍ପୂର୍ଣ୍ଣ ବୁଡି ଯାଇଛି। ଏଥିରେ ବର୍ତ୍ତମାନ୍ ସୁଦ୍ଧା ଚାରି ଜଣଙ୍କର ମୃତ୍ୟୁ ହୋଇ ସାରିଥିବା ବେଳେ ୩୮ ଜଣ ନିଖୋଜ ଅଛନ୍ତି ଓ ୨୩ ଜଣଙ୍କୁ ଉଦ୍ଧାର କରାଯାଇଥିବା ମଧ୍ୟ ସୂଚନା ମିଳିଛି। 

ବୁଧବାର ରାତିରେ ଏହି ଭୟଙ୍କର ଘଟଣା ଘଟିଥିଲାବେଳେ ନୌକାଟି ଇଣ୍ଡୋନେସିଆର ମୁଖ୍ୟ ଦ୍ୱୀପ ଜାଭାରୁ ବାଲିକୁ ଯାଉଥିଲା। ଏହି ଘଟଣାଟି ସେଠାକାର ସମୟ ଅନୁସାରେ  ରାତି ୧୧.୨୦ ରେ ଘଟିଥିଲା। ସୁରାବାୟା ସ୍ଥିତ ସନ୍ଧାନ ଏବଂ ଉଦ୍ଧାର ଏଜେନ୍ସି (SAR) ଅନୁଯାୟୀ ଏଥିରେ ମୋଟ ୬୫ ଜଣ ଥିଲେ। ସେଥିମଧ୍ୟରୁ ୫୩ ଜଣ ଯାତ୍ରୀ ଏବଂ ୧୨ ଜଣ କ୍ରୁ ସଦସ୍ୟ ଥିଲେ। ଏଥିରେ ଯାତ୍ରୀମାନଙ୍କ ସହିତ ୨୨ଟି ଗାଡ଼ି ମଧ୍ୟ ଥିଲା ଓ ସେଥିମଧ୍ୟରୁ  ୧୪ ଟି ଟ୍ରକ ଥିବା ଜଣାପଡ଼ିଛି। ତେବେ ଏହି ଦୁର୍ଘଟଣା ପରେ ସ୍ଥାନୀୟ ଉଦ୍ଧାର ଏଜେନ୍ସିଗୁଡ଼ିକ ସମୁଦ୍ରରେ ସନ୍ଧାନ ଏବଂ ରିଲିଫ୍ କାର୍ଯ୍ୟ ତୁରନ୍ତ ଆରମ୍ଭ କରିଥିଲେ ଓ ଗୁରୁବାର ସକାଳେ ସମୁଦ୍ରରୁ ଆଉ ଚାରି ଜଣଙ୍କୁ ଉଦ୍ଧାର କରିଥିଲେ। ନିଖୋଜ ଥିବା ଲୋକମାନଙ୍କୁ ଉଦ୍ଧାରକାରୀ ଦଳ ଖୋଜିବାରେ ଲାଗିଛନ୍ତି।

ଇଣ୍ଡୋନେସିଆରେ ପ୍ରାୟ ୧୭,୦୦୦ ଦ୍ୱୀପପୁଞ୍ଜ ରହିଅଛି। ଏହି ଅଞ୍ଚଳରେ ସାମୁଦ୍ରିକ ସୁରକ୍ଷା ମାନଦଣ୍ଡରେ ଅବହେଳା ଯୋଗୁଁ ଏପରି ଦୁର୍ଘଟଣା ସେଠାରେ ସାଧାରଣ ହୋଇଗଲାଣି।  ପାଣିପାଗ, ଯାନ୍ତ୍ରିକ ତ୍ରୁଟି ଏବଂ ସୁରକ୍ଷା ବ୍ୟବସ୍ଥାର ଅଭାବ ଯୋଗୁ ଏପରି ଘଟିଥିବା ବିଶେଷଜ୍ଞ ମାନେ ମତ ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ