ବୀରମହାରାଜପୁର ହାଇସ୍କୁଲ ରେ ବନ ମହୋତ୍ସବ ଉପଲକ୍ଷେ ସାମୂହିକ ବୃକ୍ଷ ରୋପଣ କାର୍ଯ୍ୟକ୍ରମ


ବୀରମହାରାଜପୁର : (ସୌମିତ୍ରି ମେହେର) ସରକାରୀ ବାଳକ ଉଚ୍ଚ ବିଦ୍ୟାଳୟ, ବିରାମହରାଜପୁର ର ଇକୋ କ୍ଲୁବ ତରଫରୁ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ସମସ୍ତ ଶିକ୍ଷକ, କର୍ମଚାରୀ ଓ ଛାତ୍ର ମାନଙ୍କ ଦ୍ୱାରା ବିଦ୍ୟାଳୟ ର ସମ୍ମୁଖରେ ତଥା ଖେଳପଡିଆ ର ଚାରିପାଖରେ ସାମୁହିକ ଚାରାରୋପଣ କରାଯାଇଥିଲା l ପ୍ରଧାନଶିକ୍ଷକ ନିରଞ୍ଜନ ଦାଶ ଙ୍କ ନେତୃତ୍ୱ ରେ ଇକୋ କ୍ଲୁବ ଦାୟିତ୍ୱ ରେ ଥିବା ଶିକ୍ଷୟିତ୍ରୀ ଜ୍ୟୋତିର୍ମୟୀ ମିଶ୍ର ଓ ବରିଷ୍ଟ ଶିକ୍ଷକ ବୈକୁଣ୍ଠ ନାୟକ ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l ଏହି ଉପଲକ୍ଷେ ଛାତ୍ର ମାନଙ୍କ ଦ୍ୱାରା ଏକ ସଚେତନତା ରାଲି ମଧ୍ୟ ଅନୁଷ୍ଠିତ ହୋଇଥିଲା l