ସୋନପୁର : (ସୌମିତ୍ରି ମେହେର)
ବାହୁଡା଼ ଯାତ୍ରା ବେଳେ ଅଘଟଣ I ସୁବର୍ଣ୍ଣପୁର ଜିଲ୍ଲା ବିନିକା ସହରର ବାହୁଡା଼ ଯାତ୍ରା ରଥ ଟାଣିବା ସମୟରେ ଠେଲା ପେଲାରେ ଚାରି ନାବାଳକ ଆହତ ହୋଇଥିବା ଜଣାପଡିଛି I ବିନିକା ସହରର କଂସାରୀପଡା ଗୁଣ୍ଡିଚା ମନ୍ଦିର ନିକଟରେ ବଳଭଦ୍ର ଓ ସୁଭଦ୍ରାଙ୍କ ରଥ ଟଣା ଚାଲିଥିବା ବେଳେ ମହାପ୍ରଭୁଙ୍କ ବାହୁଡା଼ଯାତ୍ରା ଦେଖିବା ପାଇଁ କଂସାରୀପଡାର ୩ ଜଣ , ନୂଆପଡାର ଜଣେ ନାବାଳକ ରଥତଳେ ଠେଲାପେଲା ରେ ଚାପିହୋଇ ଯାଇଥିଲେ I ଫଳରେ ଜଣେ ନାବାଳକ ଗୁରୁତର ଅବସ୍ଥାରେ ବୁର୍ଲା ସ୍ଥାନ୍ତାନ୍ତରିତ ହୋଇଥିବା ବେଳେ ୩ ନାବାଳକ ବିନିକା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଛି I ପ୍ରାପ୍ତ ସୂଚନା ଅନୁଯାୟୀ ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର ହୋଇଥିବା ଉକ୍ତ ନାବାଳକ କୁ ଅଧିକ ଚିକିତ୍ସା ପାଇଁ କଟକ ନେଉ ଥିବାବେଳେ ରେଢାଖୋଲ ରାସ୍ତା ରେ ତାର ମୃତ୍ୟୁ ଘଟିଥିବା ଜଣାଯାଇଛି l
ବାହୁଡା ଯାତ୍ରା ଦେଖିବାକୁ ଆସି ଠେଲାପେଲା ରେ ବିନିକା ର ଚାରି ନାବାଳକ ଗୁରୁତର ଏବଂ ଜଣେ ମୃତ୍ୟୁ
