Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବାପ ମା ଛେଉଣ୍ଡ ଅନାଥ ଝିଅ ଯଶୋବନ୍ତୀ କୁ ଦୁଇ ଲକ୍ଷ ଟଙ୍କା ସାହାଯ୍ୟ ପ୍ରଦାନ

ବୀରମହାରାଜପୁର : (ସୌମିତ୍ରି ମେହେର) ବାପା ସତର ବର୍ଷ ପୂର୍ବରୁ ମୃତ୍ୟୁ ହୋଇଥିବା ବେଳେ ମା ଗତ ମଇ ମାସରେ ମୃତ୍ୟୁ ହେଇଥିଲା l ବାପାମାଆ ଛେଉଣ୍ଡ ଝିଅକୁ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନା ରେ ବୀରମହାରାଜପୁର ବ୍ଲକ ଅନ୍ତର୍ଗତ କେଂଝରିଆପାଲି ପଂଚାୟତ ତେଲିପାଲି ଗ୍ରାମର ମା ଭଗବତୀ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟା ଜଟା କଂସାରୀ ମୃତବରଣ ତିନି ମାସ ପୂର୍ବରୁ ହୋଇଥିବା ବେଳେ ଏମବିକେ ଗୀତାଞ୍ଜଳି ଜେନା ଙ୍କ ଅକ୍ଲାନ୍ତ ପରିଶ୍ରମ ରେ ନିରୀହ ଝିଅ ଯଶୋବନ୍ତି କଂସାରୀ ଙ୍କୁ ମୁରଶୁଣ୍ଢୀ ଭାରତୀୟ ଷ୍ଟେଟ ବ୍ୟାଙ୍କ ଶାଖାର ମ୍ୟାନେଜର ଦୁଇ ଲକ୍ଷ ଟଙ୍କା ଚେକ ପ୍ରଦାନ କରିଥିଲେ l ବାପାମାଆ ନ ଥିବା ଝିଅକୁ ଆର୍ଥିକ ସାହାଯ୍ୟ ମିଳିଥିବାରୁ ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି l ଯେହେତୁ ସ୍ୱୟଂ ସହାୟକ ଗୋଷ୍ଠିର ସଦସ୍ୟା ଥିଲେ ଓ ପ୍ରଧାନମନ୍ତ୍ରୀ ଜୀବନ ଜ୍ୟୋତି ଯୋଜନାରେ ସାମିଲ କରାଇଥିଲେ ଗ୍ରାମ ପଂଚାୟତ ସ୍ତରୀୟ ସଂଘ ର କର୍ମକର୍ତ୍ତା ଆଜି ଏହି ଯୋଜନାରେ ଲାଭ ଉଠାଇଥିବା ନିରୀହ ଝିଅ ବୋଲି ଅଂଚଳର ବୁଦ୍ଧିଜୀବୀ ମାନେ ପ୍ରକାଶ କରିଥିବା ଜଣା ଯାଇଛି l

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ