Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବ୍ଲକ ସଦର ମହକୁମା ଲଖନପୁର ଗାଁରେ ବାହୁଡା଼ ଯାତ୍ରା

ଝାରସୁଗୁଡ଼ା ୭/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡା ଜିଲ୍ଲାର ସର୍ଵ ବୃହତ୍ତମ ବ୍ଲକ ଭାବେ ପରିଚିତ ସଦର ମହକୁମା ଲଖନପୁର ଗାଁରେ ଭକ୍ତିମୟ ପରିବେଶ ମଧ୍ୟରେ ପ୍ରଭୁଙ୍କ ବାହୁଡା ଯାତ୍ରା ସମ୍ପନ୍ନ ହୋଇ ଯାଇଛି । ଆଷାଢ଼ ଶୁକ୍ଳ ପକ୍ଷ ଦଶମୀ ତିଥୀ ଶନିବାର ସକାଳ ୭ ଟା ସମୟରେ ପୂଜକ ପଣ୍ଡିତ ଆଲୋକ ତ୍ରିପାଠୀ ଓ ଗଗନ ବିହାରୀ ନାୟକଙ୍କ ଦ୍ୱାରା ଜଗନ୍ନାଥ ସଂସ୍କୃତି ରୀତିନୀତି ଅନୁଯାୟୀ ନୀତିକାନ୍ତି ସମ୍ପୂର୍ଣ୍ଣ ହୋଇଥିଲା । ଅପରାହ୍ନ ୪ଟା ବେଳେ ଗାଁର ଗୌନ୍ତିଆ ଚେମାକାନ୍ତ ପଧାନଙ୍କ ଛେରାପହଁରା ପରେ ଚତୁର୍ଦ୍ଧାମୂର୍ତ୍ତୀ ରଥାରୂଢ ହୋଇଥିଲେ । ପଣ୍ଡରୀ ଗାଁର ସଂପ୍ରଦା ମଣ୍ଡଳୀଙ୍କ ଖୋଲ କରତାଳ ବାଦ୍ୟ ସହ ଘଣ୍ଟଶଙ୍ଖ, ହୁଳହୁଳି ଓ ହରିବୋଲ ଧ୍ୱନୀ ଦେଇ ମହିଳା ଓ ପୁରୁଷ ଭକ୍ତବୃନ୍ଦ ମାଉସୀ ମନ୍ଦିର ପରିସରରୁ ରଥକୁ ଟାଣି ଟାଣି ଶ୍ରୀ ମନ୍ଦିର ପର୍ଯ୍ୟନ୍ତ ନେଇଥିଲେ ଏବଂ ସନ୍ଧ୍ୟାରେ ଚତୁର୍ଦ୍ଧାମୂର୍ତ୍ତିଙ୍କ ଭିତ୍ତିରେ ବିଜେ ହୋଇଥିଲେ । ରଥଯାତ୍ରା ଦେଖିବା ପାଇଁ ଆଖପାଖ ଗାଁ ମାନଙ୍କରୁ ବହୁ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥିଲା ।
ଲଖନପୁର ରଥଯାତ୍ରା ପରିଚାଳନା କମିଟିର ସଭାପତି ପ୍ରଫୁଲ ସା, ସମ୍ପାଦକ ତ୍ରିଲୋଚନ ଜୟଶ୍ୱାଳ,ଉପଦେଷ୍ଟା ବେଣୁଧର ଭୋଇ, ଝୁମେର ଲାଲ ହାତୀ, ମୀନକେତନ ପ୍ରଧାନ,ଟିକେଶ୍ୱର ପଧାନ,ଟଙ୍କଧର ପଧାନ,ପିତାମ୍ବର ମିଶ୍ର, କ୍ଷିତିଭୂଷଣ ପଧାନ, ହରିହର ମିଶ୍ର,ସୁରେନ୍ଦ୍ର ଜୟଶ୍ୱାଳ, ମହେନ୍ଦ୍ର ପଧାନ,ରାଜ କୁମାର ସାହୁଙ୍କ ସମେତ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ପ୍ରଭୁଙ୍କ ବାହୁଡା ଯାତ୍ରା ଶାନ୍ତି ଶୃଙ୍ଖଳା ସହ ସମ୍ପନ୍ନ ହୋଇଥିଲା ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ