Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ମିଳିବ କଳିଙ୍ଗରତ୍ନ ସମ୍ମାନ କୃତଜ୍ଞତା ଜଣାଇଲେ ଲଖନପୁର ବ୍ଲକ ନାଗରିକ ପରିଷଦ

ଝାରସୁଗୁଡ଼ା ୭/୭ (ଓଡ଼ିଶା ନ୍ୟୁଜ) କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଚଳିତ ବର୍ଷ ଗୌରବମୟ “କଳିଙ୍ଗ ରତ୍ନ” ସମ୍ମାନ ପାଇବା ପାଇଁ ଯୋଗ୍ୟ ବିବେଚିତ ହୋଇଛନ୍ତି । ଚଳିତ ଜୁଲାଇ ମାସ ୧୫ ତାଟିଖ ଅପରାହ୍ନ ସାଢେ ୩ ଟା ସମୟରେ କଟକ ଜବାହରଲାଲ ନେହେରୁ ଇଣ୍ଡୋର ଷ୍ଟାଡିୟମ ଠାରେ ହେବାକୁ ଥିବା ସାହିତ୍ୟ ସଂସଦର ୪୫ ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହେବ । ଉକ୍ତ କାର୍ଯ୍ୟକ୍ରମରେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ମୁଖ୍ୟ ଅତିଥି ଭାବେ ଯୋଗଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହି ଅବସରରେ ରାଷ୍ଟ୍ରପତି ଦ୍ରୌପଦୀ ମୂର୍ମୁ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ “କଳିଙ୍ଗ ରତ୍ନ” ସମ୍ମାନରେ ସମ୍ମାନିତ କରିବେ ବୋଲି ସାରଳା ସାହିତ୍ୟ ସଂସଦ ପକ୍ଷରୁ କୁହାଯାଇଛି ।
ଏହି ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରଚାରିତ ହେବା ପରେ ସାରା ରାଜ୍ୟବାସୀଙ୍କ ମଧ୍ୟରେ ଆନନ୍ଦର ଲହରୀ ଖେଳିଯାଇଛି ।
ଏହି ପରିପ୍ରେକ୍ଷୀରେ ଝାରସୁଗୁଡା ଜିଲ୍ଲା ଲଖନପୁର ବ୍ଲକ ନାଗରିକ ପରିଷଦ କମିଟିର ସଭାପତି ପିତାମ୍ବର ମିଶ୍ର, ବରିଷ୍ଠ ସଦସ୍ୟ ବେଣୁଧର ଭୋଇ,ଝୁମେର ଲାଲ ହାତୀ,ଶ୍ରୀପତି ଷଣ୍ଢ,ଜଗବନ୍ଧୁ ସା, ସୌକିଲାଲ ସାହୁ, କିଶୋର ପଧାନ,ତୁଷାରାମ ପଧାନ, ଇନ୍ଦ୍ରମଣି ପଧାନ, ମହେନ୍ଦ୍ର କୁମାର ସାଏ, ଅଶୋକ ସାହୁ, ରାଜେନ୍ଦ୍ର ଜୟଶ୍ୱାଳ, ଭାସ୍କର ଗର୍ଡିଆ, ନରୋତ୍ତମ ପଧାନ,ସତ୍ୟ ମେହେରଙ୍କ ସମେତ ନାଗରିକ ପରିଷଦ କମିଟିର ସମସ୍ତ ସଦସ୍ୟ, ସଦସ୍ୟା କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନଙ୍କୁ କୃତଜ୍ଞତା ଜଣାଇଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ