Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜିଲ୍ଲାପାଳଙ୍କ କନକତୋରା ପ୍ରାଥମିକ ବିଦ୍ୟାଳୟ ପରିଦର୍ଶନ ଉଦିଆଁତରା ପାଠ୍ୟକ୍ରମ ଅଗ୍ରଗତି ବିଷୟରେ ସମୀକ୍ଷା

ଝାରସୁଗୁଡା ୯/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲାପାଳ ଅବୋଲି ସୁନୀଲ ନରୱଣେ ଲଖନପୁର ବ୍ଲକ ଗସ୍ତ କରି ସୀମାନ୍ତ କନକତୋରା ପ୍ରାଥମିକ ବିଦ୍ୟାଳୟକୁ ଯାଇ ପରିଦର୍ଶନ କରିଥିଲେ । ଏହି ସମୟରେ ଶିଶୁ ବାଟିକା ଓ ପ୍ରଥମ ଶ୍ରେଣୀର ପିଲାଙ୍କୁ କିପରି ଶିକ୍ଷା ଦାନ ଦିଆ ଯାଉଛି ତା’ର ଭିଡିଓ ରେକଡିଂ କରିବା ସହ ଉଦିଆଁତରା ମାଧ୍ୟମରେ ଛାତ୍ରଛାତ୍ରୀଙ୍କୁ ଦିଆ ଯାଉଥିବା ଶିକ୍ଷାଦାନ ତଥା କନକତୋରା ପ୍ରାଥମିକ ବିଦ୍ୟାଳୟକୁ ଘୋଷିତ ହୋଇଥିବା ଗୋଦାବରୀଶ ମିଶ୍ର ଆଦର୍ଶ ବିଦ୍ୟାଳୟର ବିଭିନ୍ନ କାର୍ଯ୍ୟର ଅଗ୍ରଗତି ବିଷୟରେ ସମୀକ୍ଷା କରିଥିଲେ । ଏଥିସହ ଶ୍ରେଣୀ କୋଠରୀ ଭିତରକୁ ଯାଇ ଛାତ୍ରଛାତ୍ରୀ ମାନଙ୍କୁ ମଧ୍ୟ ପାଠ ସମ୍ବନ୍ଧୀୟ ବିଭିନ୍ନ ବିଷୟରେ ପଚାରି ବୁଝିଥିଲେ । ଜିଲ୍ଲାପାଳ ଶ୍ରୀମତୀ ନରୱଣେ ପ୍ରାୟ ଦେଢ଼ ଘଣ୍ଟା କାଳ ରହି ବିଦ୍ୟାଳୟର ଅନ୍ୟାନ୍ୟ ସମସ୍ୟା ଗୁଡ଼ିକ ଉପରେ ପ୍ରଧାନ ଶିକ୍ଷୟତ୍ରୀ ସ୍ନେହମୟୀ ତନ୍ତିଙ୍କ ସହ ଆଲୋଚନା କରିଥିଲେ । ଜିଲ୍ଲାପାଳଙ୍କ ଏହି ପରିଦର୍ଶନ ବେଳେ ଜିଲ୍ଲା ଶିକ୍ଷାଧିକାରୀ ରାଧାକାନ୍ତ ଗଡତିଆ ଉପସ୍ଥିତ ରହିଥିଲେ । ଜିଲ୍ଲାପାଳଙ୍କ ସହ ମିଶି ବିଦ୍ୟାଳୟର କୁନି କୁନି ଛାତ୍ରଛାତ୍ରୀ ବେଶ୍ ଉତ୍ସାହିତ ଥିବା ଜଣା ପଡୁଥିଲେ ।
ଜିଲ୍ଲାର ଶିକ୍ଷାର ବିକାଶ ନିମନ୍ତେ ଜିଲ୍ଲାପାଳ ନେଇଥିବା ଏଭଳି ପଦକ୍ଷେପକୁ ଅଞ୍ଚଳର ବୁଦ୍ଧିଜୀବୀ ଉଚ୍ଚ ପ୍ରଶଂସା କରିଛନ୍ତି ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ