Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଅଧାରେ ରହିଗଲା ମହାକାଶ ଯିବା ସ୍ବପ୍ନ; ସମୁଦ୍ରରେ ପଡ଼ିଲା ସ୍ପେସ୍ କ୍ୟାପସୁଲ୍

Oplus_16908288

ନୂଆଦିଲ୍ଲୀ: ମହାକାଶକୁ ୧୬୬ ଜଣଙ୍କ ଚିତାଭସ୍ମ ନେଉଥିବା ଏକ ସ୍ପେସ୍ କ୍ୟାପସୁଲ୍ ଦୁର୍ଘଟଣାଗ୍ରସ୍ତ ହୋଇ ପ୍ରଶାନ୍ତ ମହାସାଗର ପଡ଼ିଯାଇଛି। ଗତ ମାସ ୨୩ ତାରିଖରେ ଜର୍ମାନ ଏରୋସ୍ପେସ୍ କମ୍ପାନୀ ‘ଦି ଏକ୍ସପ୍ଲୋରେସନ୍ କମ୍ପାନୀ (TEC) ଏହି କ୍ୟାପସୁଲ୍ ଉତ୍ କ୍ଷେପଣ କରିଥିଲା। ତେବେ ପ୍ରିୟଜନ ମାନଙ୍କର ଶେଷ ବିଦାୟକୁ ସ୍ୱତନ୍ତ୍ର କରିବା ପାଇଁ ଏହି ନୂତନ ପଦକ୍ଷେପ ନିଆଯାଇଥିଲା।

କିନ୍ତୁ ପ୍ରତ୍ୟାବର୍ତ୍ତନ ସମୟରେ NYX ନାମକ ଏହି କ୍ୟାପସୁଲ୍ ଦୁର୍ଘଟଣା ଗ୍ରସ୍ତ ହୋଇଥିଲା । ତେବେ ଏହା ପ୍ରାରମ୍ଭିକ ପର୍ଯ୍ୟାୟରେ ସମ୍ପୂର୍ଣ୍ଣ ଭାବରେ ସଫଳତା ହାସଲ କରିଥିଲା ଓ ସଫଳତାର ସହ ଦୁଇଥର ପୃଥିବୀ ପରିକ୍ରମା ମଧ୍ୟ କରିଥିଲା।ଏହା ସତ୍ୱେ ମଧ୍ୟ ପୃଥିବୀକୁ ଫେରିବା ସମୟରେ ସମ୍ପର୍କ ହରାଇ ଦୁର୍ଘଟଣା ଗ୍ରସ୍ତ ହୋଇ ଏହା ପ୍ରଶାନ୍ତ ମହାସାଗରରେ ଖସି ପଡ଼ିଥିଲା। ଏହି ଘଟଣାକୁ ନେଇ ଅସ୍ଥି ସଂଗ୍ରହ କରିଥିବା କମ୍ପାନୀ ସେଲ୍ଟିସର ସହ-ପ୍ରତିଷ୍ଠାତା ଚାର୍ଲ୍ସ ଏମ୍. ଚାଫର କ୍ଷମା ପ୍ରାର୍ଥନା କରିଛନ୍ତି ଓ କହିଛନ୍ତି ଯେ ଆମେ ଏଥିପାଇଁ ବହୁତ ଦୁଃଖିତ ଅନୁଭବ କରୁଛୁ। ସମସ୍ତ ପରିବାର ଆମ ଉପରେ ବିଶ୍ୱାସ କରିଥିଲେ କିନ୍ତୁ ଆମେ ସେମାନଙ୍କ ଇଛା ପୁରାଣ କରିପାରିଲୁ ନାହିଁ।

ତେବେ ମହାକାଶକୁ ପଠାଯାଇଥିବା ଅସ୍ଥିଗୁଡ଼ିକୁ ଫେରାଇ ଆଣିବା ପାଇଁ ଏହାର ପ୍ରଥମ ପ୍ରୟାସ ଥିଲା। ଏହି କମ୍ପାନୀ ସାରା ବିଶ୍ୱରୁ ୧୬୬ ଜଣଙ୍କ ଅସ୍ଥି ସଂଗ୍ରହ କରି ମହାକାଶକୁ ପଠାଇଥିଲା ଯେଉଁମାନଙ୍କର ସ୍ୱପ୍ନ ଥିଲା ଯେ ସେମାନଙ୍କ ସ୍ମୃତି ମହାକାଶରେ ପହଞ୍ଚି ପାରୁ। ଏହା ବ୍ୟତୀତ ସେଠାକୁ ଗଞ୍ଜେଇ ବିହନ ମଧ୍ୟ ପଠାଯାଇଥିଲା। ସେହି ମିଶନ ର ନାମ ‘ମାର୍ଟିଆନ୍ ଗ୍ରୋ’ ଦିଆଯାଇଥିଲା। ଏଥିରେ ଗଞ୍ଜେଇ ବିହନ ଏବଂ ଗଛଗୁଡ଼ିକୁ ଏକ କ୍ୟାପସୁଲ ସାହାଯ୍ୟରେ ମଙ୍ଗଳ ଗ୍ରହ କୁ ପଠାଯାଇଥିଲା ଯାହାଫଳରେ ଏହା ଜାଣିହେବ ଯେ ଆଗକୁ ସେଠାରେ ଫସଲ ଚାଷ ସମ୍ଭବ ପର ହେବ କି ନାହିଁ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ