Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଦ କେରଳ ଷ୍ଟୋରୀର ଅଭିନେତ୍ରୀ ଅଦା ଶର୍ମା ଦୁର୍ଘଟଣାର ଶିକାର ହେଲେ

ମୁମ୍ବାଇ: ଦ କେରଳ ଷ୍ଟୋରୀର ସମଗ୍ର ଦେଶରେ ଆଦୃତ ଲାଭ କରିଥିବା ବେଳେ ଭଲ ବ୍ୟବସାୟ କରୁଥିବା ଜଣାପଡ଼ିଛି। ଏମିତିକି ବିଶ୍ବର ପ୍ରାୟ ୩୭ଟି ଦେଶରେ ମଧ୍ୟ ସ୍କ୍ରିନିଂ ହୋଇସାରିଛିଦ କେ ରଳ ଷ୍ଟୋରୀ।‌ ତେବେ ଏଥିରେ ମୁଖ୍ୟ ଭୂମିକାରେ ଅଭିନୟ କରିଥିବା ଅଭିନେତ୍ରୀ ଅଦା ଶର୍ମା ଦୁର୍ଘଟଣାର ଶିକାର ହୋଇଥିବା ଜଣାପଡ଼ିଛି। ସେ ଏକ ସଡକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି ।

ଦୁର୍ଘଟଣା ଖବର ମିଳିବା ପରେ ତାଙ୍କ ପ୍ରଶଂସକମାନେ ତାଙ୍କ ଆରୋଗ୍ୟ କାମନା କରିଛନ୍ତି। ଏହାପରେ ଅଦା ଶର୍ମା ନିଜେ ଟ୍ୱିଟ କରି ନିଜ ସ୍ୱାସ୍ଥ୍ୟବସ୍ଥାର ଅପଡେଟ ଦେଇଥିବା ଜଣାପଡ଼ିଛି। ତେବେ ଗତ କିଛିଦିନ ତଳେ ତାଙ୍କୁ ହତ୍ୟା ଧମକ ମଧ୍ୟ ମିଳିଥିଲା।

ଅଦା ଶର୍ମା ଟ୍ୱିଟ କରି କହିଛନ୍ତି ଯେ ସେ ଏବେ ପୂରା ସୁସ୍ଥ ଅଛନ୍ତି ତାଙ୍କ ସହ କୌଣସି ବଡ ଦୁର୍ଘଟଣା ହୋଇନାହିଁ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ