ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ତ୍ରିକୂଟ ଗିରି ପାତାଳୀ ଶ୍ରୀକ୍ଷେତ୍ର ଠାରେ ବୃକ୍ଷ ରୋପଣ କାର୍ଯକ୍ରମ ଆଜି ପବିତ୍ର ଗୁରୁ ପୁର୍ଣିମା ଅବତାରରେ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯକ୍ରମ ମାର୍ଗଦର୍ଶକ ମହାରାଜ ନିମାଇଚରଣ ଦାସ ମତ ରଖିଲେ ଗଛ ବଞ୍ଚିଲେ ଆମେ ବଞ୍ଚିବା । ଚନ୍ଦ୍ରମଣି ଦାସ ଯୁବକ ସଂଘ , ବୀର ସୁରେନ୍ଦ୍ର ସାଏ କ୍ଲବ ଓ ନାଗେଶ୍ବର ଯୁବକ ସଂଘ ଯୁବ ମହାସଂଘ ଉଲୁଣ୍ଡା ଅନୁକୁର୍ଲ୍ୟରେ ବିଭିନ୍ନ ବୃକ୍ଷ ରୋପଣ କରାଯାଇଛି। ଏହି କାର୍ଯକ୍ରମରେ ପ୍ରକୃତି ବନ୍ଧୁ ଡକ୍ଟର ହୃଷୀକେଶ ଦେହେରି , ଧବଲେଶ୍ୱର ଭୁକ୍ତା , ଶମ୍ଭୁରାଜ କର୍ଣ୍ଣ ପ୍ରମୁଖ ଉପସ୍ଥିତି ରହି କିପରି ବୃକ୍ଷ ର ଯତ୍ନ ହୋଇପାରିବ ସେଥିପ୍ରତି ଆମେ ସମସ୍ତେ ଯତ୍ନଶୀଳ ହେବା ଉଚିତ୍ ବୋଲି କହିଥିଲେ । ବିଭିନ୍ନ ସଂଘର ସ୍ଵଚ୍ଛାସେବୀ ବିଶ୍ଵାମିତ୍ର ଥାଟି, ଗଙ୍ଗାଧର ବାଘ୍ , ସୁଧାଂଶୁ ପଧାନ, କାଲିଆ ମୁଦୁଲି ପ୍ରମୁଖ କାର୍ଯକ୍ରମ ଆଗକୁ ନେବା ସହ ସଂଘର ସମସ୍ତ ସଦସ୍ୟ ସଂପୂର୍ଣ ସହଯୋଗ କରିଥିଲେ।
ଗୁରୁ ପୂର୍ଣ୍ଣିମା ଉପଲକ୍ଷେ କୋଟସମଲାଇ ସ୍ଥିତ ତ୍ରିକୂଟ ଗିରି ପାତାଳୀ ଶ୍ରୀକ୍ଷେତ୍ର ରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ
