Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଆଜି ଆସିବେ ରାହୁଲ ଗାନ୍ଧୀ, ରୋଡ ଶୋ’କୁ ନେଇ ଟ୍ରାଫିକ କଟକଣା…

ଭୁବନେଶ୍ୱର: ସମ୍ବିଧାନ ବଞ୍ଚାଅ ସମାବେଶରେ ଯୋଗ ଦେବାକୁ ଓଡ଼ିଶା ଆସିବେ ରାହୁଲ ଗାନ୍ଧୀ । ଏଥିପାଇଁ ବରମୁଣ୍ଡା ପଡିଆରେ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି । ପିସିସି ସଭାପତି ଓ ଦଳର ତୁଙ୍ଗ ନେତା ସଭାସ୍ଥଳରେ ପହଞ୍ଚି ସମୀକ୍ଷା କରିଛନ୍ତି।

ଲୋକସଭାରେ ବିରୋଧୀ ଦଳ ନେତା ରାହୁଲଙ୍କ ସହ ଏଆଇସିସି ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ସାଧାରଣ ସଂପାଦକ କେସି ବେଣୁଗୋପାଳ ମଧ୍ୟ ଭୁବନେଶ୍ବର ଆସିବେ । ଆଜି ଦିନ ୧୧ଟାରେ ଭୁବନେଶ୍ବର ବିମାନବନ୍ଦରରେ ପହଞ୍ଚିବେ ରାହୁଲ। ଏହି ଗସ୍ତର ଅଂଶ ସ୍ଵରୂପ ବିମାନ ବନ୍ଦର ଛକରୁ ଭୁବନେଶ୍ବରର ଜୟଦେବ ବିହାର ପର୍ଯ୍ୟନ୍ତ ଏକ “ରୋଡ୍ ଶୋ” କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ଏହି କାର୍ଯ୍ୟକ୍ରମ ଯୋଗୁଁ ଭୁବନେଶ୍ବର ଏବଂ ଏହାର ଆଖପାଖରେ, ବିଶେଷକରି ନିମ୍ନଲିଖତ ମାର୍ଗ ଗୁଡ଼ିକରେ ବ୍ୟାପକ ଟ୍ରାଫିକ୍ ଭିଡ଼ ହେବାର ଆଶଙ୍କା ରହିଛି । ତେବେ ଜାଣନ୍ତୁ କଣ ରହିଛି ଟ୍ରାଫିକ କଟକଣା…

ସକାଳ ୧୦ ଘଟିକା ରୁ ମଧ୍ୟାହ୍ନ ୧୨ ଘଟିକା ପର୍ଯ୍ୟନ୍ତ :- ବିମାନ ବନ୍ଦର ଛକରୁ ଜୟଦେବ ବିହାର ଛକ (ଯଥା, ହସ୍ପିଟାଲ ଛକ – ଏ.ଜି. ଛକ – ରାଜଭବନ ଛକ – ପାୱାରହାଉସ ଛକ – ୧୨୦ ବି.ଏନ୍ ଛକ – ଶାସ୍ତ୍ରୀ ନଗର ଛକ – ବେହେରା ସାହି ଛକ) ଏବଂ ଏହାର ବିପରିତ୍ତ ଦିଗରେ ପ୍ରବଳ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି।

ଅପରାହ୍ନ ୧.୩୦ ମିନିଟ୍ ରୁ ଅପରାହ୍ନ ୨ ଘଟିକା ପର୍ଯ୍ୟନ୍ତ) :-ବରମୁଣ୍ଡା ଛକରୁ ହୋଟେଲ ମେ ଫେୟାର (ଜୟଦେବ ବିହାର ଛକ) ଏବଂ ଏହାର ନିକଟବର୍ତ୍ତୀ ଅଞ୍ଚଳରେ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି ।ଅପରାହ୍ନ ୩ ଘଟିକା ରୁ ଅପରାହ୍ନ ୩.୩୦ ମିନିଟ୍ ପର୍ଯ୍ୟନ୍ତ) :–ଶାସ୍ତ୍ରୀହୋଟେଲ ମେ ଫେୟାରରୁ ମାଷ୍ଟର କ୍ୟାଣ୍ଟିନ୍ ଛକ ( ଯଥା, ଜୟଦେବ ବିହାର ଛକ – ବେହେରା ସାହି ଛକ ନଗର ଛକ – ୧୨୦ ବି.ଏନ୍ ଛକ – ପାୱାର ହାଉସ ଛକ – ରାଜଭବନ ଛକ – ଏ.ଜି. ଛକ – ପି.ଏମ୍.ଜି. ଛକ) ଏବଂ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି।

ଅପରାହ୍ନ ୪ ଘଟିକା ରୁ ଅପରାହ୍ନ ୫ ଘଟିକା ପର୍ଯ୍ୟନ୍ତ) :-ମାଷ୍ଟର କ୍ୟାଣ୍ଟିନ୍ ଛକ ରୁ ବିମାନ ବନ୍ଦର ଛକ (ଯଥା, ପି.ଏମ୍.ଜି. ଛକ – ଏ.ଜି. ଛକ – ହସ୍ପିଟାଲ ଛକ) ଏବଂ ଏହାର ଆଖପାଖ ଅଞ୍ଚଳରେ ଟ୍ରାଫିକ୍ ଭିଡ଼ ହେବାର ସମ୍ଭାବନା ରହିଛି ।

ତେବେ ଉପରୋକ୍ତ ରାସ୍ତାରେ ନଯାଇ ଅନ୍ୟ ରାସ୍ତା ଦେଇ ଯାତାୟାତ କରିବା ନିମନ୍ତେ କମିଶନରେଟ ପୁଲିସ, ଭୁବନେଶ୍ବର–କଟକ ଜନସାଧାରଣଙ୍କୁ ଅନୁରୋଧ କରିଛି । ଏହି ସମୟରେ ସୁଗମ ଟ୍ରାଫିକ୍ ପରିଚାଳନା ନିମନ୍ତେ ଜନସାଧାରଣଙ୍କ ଠାରୁ ସହଯୋଗ ମଧ୍ୟ ଲୋଡ଼ାଯାଇଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ