Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆଧ୍ୟାତ୍ମିକ ଚିନ୍ତନ ବୈଠକ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ପରିସରରେ ଶନିବାର ଏକ ଆଧ୍ୟାତ୍ମିକ ଚିନ୍ତନ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନ ର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ସଭାପତିତ୍ବରେ ଅନୁଷ୍ଠିତ ଏହି ବୈଠକରେ ଶିକ୍ଷାବିତ କୃଷ୍ଣଚନ୍ଦ୍ର ପାଢ଼ୀ ମୁଖ୍ୟ ଅତିଥି, ପୂର୍ବତନ ସଭାପତି ଭଗବାନ ମିଶ୍ର ମୁଖ୍ୟ ବକ୍ତା , ବୀରମହାରାଜପୁର ମହାବିଦ୍ୟାଳୟର ପ୍ରାକ୍ତନ ଅଧ୍ୟକ୍ଷ ଦୀନବନ୍ଧୁ ମେହେର ସ୍ବତନ୍ତ୍ର ଅତିଥି ଭାବେ ମଞ୍ଚାସୀନ ଥଲେ । ସଂଗଠନ କାର୍ଯ୍ୟାଳୟରେ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଆୟୋଜନ କରି ସଚେତନତା ସୃଷ୍ଟି କରିବାକୁ ମତ ପ୍ରକାଶ ପାଇଥିଲା । ପୁନଶ୍ଚ ଆଧ୍ୟାତ୍ମିକ ଚିନ୍ତନ ଦ୍ୱାରା ମନରେ ରହିଥିବା ନାନା ପ୍ରକାର ଗ୍ଲାନିରୁ ମୁକ୍ତି ମିଳିଥାଏ । ମନରେ ଭରି ରହିଥିବା କ୍ଷୋଭର ଯନ୍ତ୍ରଣା ମଣିଷକୁ ଭିତରେ ଭିତରେ ଅନେକ କଷ୍ଟ ଦିଏ । କିନ୍ତୁ ଯଦି ଆଧ୍ୟାତ୍ମିକ ଚିନ୍ତନ ପ୍ରତି ଆମେ ଯଦି ଆସ୍ଥାବାନ୍‌ ହେବା, ତେବେ ଗ୍ରହଣ କରିବାର ଶକ୍ତି ବଳିୟାନ ହେବା ସଂଗେ ସଂଗେ ସାତ୍ତ୍ୱିକତା ମାଧ୍ୟମରେ ସମସ୍ୟାର ସମାଧାନ କରିବାର ଦିଗ ଆପେ ଆପେ ଉନ୍ମୋଚିତ ହୋଇପାରିବ ବୋଲି ଅତିଥି ମାନେ ବ୍ୟକ୍ତ କରିଥିଲେ।
ପବିତ୍ର ଶ୍ରାବଣ ମାସ ହେତୁ ଆସନ୍ତା ସୋମବାର ଠାରୁ ପ୍ରତି ସୋମବାର କାର୍ଯ୍ୟାଳୟ ରେ ପ୍ରବଚନ କାର୍ଯ୍ୟକ୍ରମ ଆୟୋଜନ କରାଯିବାକୁ ନିଷ୍ପତ୍ତି ନିଆ ଯାଇଛି। ଅନୁଷ୍ଠାନ ର ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ ସ୍ବାଗତ କରିଥିବାବେଳେ ପୂର୍ବତନ ସମ୍ପାଦକ ବଳରାମ କାଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଏହି କାର୍ଯ୍ୟକ୍ରମରେ ବରିଷ୍ଠ ସଦସ୍ୟ ଅକ୍ରୂର ଦନ୍ତା , ନାରାୟଣ ପ୍ରସାଦ ନାୟକ , ଚମରା ମହାକୁର ଙ୍କ ସହିତ ଯୁଗଳ କିଶୋର ମିଶ୍ର , ସତ୍ୟ ନାରାୟଣ ଚାନ୍ଦ ପ୍ରମୁଖ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ