Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସାଉଥ୍ ଅଭିନେତା କୋଟା ଶ୍ରୀନିବାସ ରାଓଙ୍କ ଦେହାନ୍ତ

ନୂଆଦିଲ୍ଲୀ: ପାଞ୍ଚ ଦଶନ୍ଧି ମଧ୍ୟରେ ସାଉଥ୍ ଫିଲ୍ମ ଓ ହିନ୍ଦୀ ସିନେମାକୁ ଶହ ଶହ ସିନେମା ଦେଇଥିବା ଦିଗଜ ଅଭିନେତା କୋଟା ଶ୍ରୀନିବାସ ରାଓ ଆଉ ଏହି ଦୁନିଆରେ ନାହାନ୍ତି।

କୋଟା ଶ୍ରୀନିବାସ ରାଓ ରବିବାର ୮୩ ବର୍ଷ ବୟସରେ ହାଇଦ୍ରାବାଦରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। କୁହାଯାଉଛି ଯେ ଏହି ଅଭିନେତା ଗତ କିଛି ଦିନ ଧରି ଅସୁସ୍ଥ ଥିଲେ। ସେ ବାର୍ଦ୍ଧକ୍ୟଜନିତ ରୋଗ ସହିତ ଲଢ଼ୁଥିଲେ। କୋଟାଙ୍କ ଦେହାନ୍ତରେ ଚଳଚ୍ଚିତ୍ର ଜଗତକୁ ଏକ ବଡ଼ ଝଟକା ଲାଗିଛି। ତାଙ୍କ ଦେହାନ୍ତରେ ଅନେକ ତାରକା ଶୋକ ପ୍ରକାଶ କରିଛନ୍ତି।

ତେବେ ୭୫୦ ଚଳଚ୍ଚିତ୍ରରେ କାମ କରିଥିବା ଶ୍ରୀନିବାସ ରାଓ ତାଙ୍କର ଖଳନାୟକ ଭୂମିକା ପାଇଁ ବେଶ ଜଣାଶୁଣା ଥିଲେ। ସେ ୧୯୭୮ ମସିହାରେ ତାଙ୍କ କ୍ୟାରିଅର ଆରମ୍ଭ କରିଥିଲେ ଏବଂ ଅନେକ ଚଳଚ୍ଚିତ୍ରରେ ତାଙ୍କ ଅଭିନୟ ଦ୍ୱାରା ଦର୍ଶକଙ୍କ ହୃଦୟ ଜିତିଥିଲେ। ସେ ତାଙ୍କ କ୍ୟାରିଅରରେ ଖଳନାୟକ ଭୂମିକା ପାଇଁ ୪ଟି ନନ୍ଦୀ ପୁରସ୍କାର ଜିତିଥିଲେ ଏବଂ ଚରିତ୍ର କଳାକାର ପାଇଁ ସମ୍ମାନ ମଧ୍ୟ ପାଇଥିଲେ। ସେହିପରି ୨୦୧୫ ମସିହାରେ ତାଙ୍କୁ ପଦ୍ମଶ୍ରୀ ପ୍ରଦାନ କରାଯାଇଥିଲା।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ