Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଝାରସୁଗୁଡ଼ା ଜିଲ୍ଲା ଓଷ୍ଟା ପକ୍ଷରୁ ସାମ୍ବିଧାନିକ ସମ୍ମିଳନୀ ଜିଲ୍ଲା ସ୍ତରୀୟ ସେପରିଚାଳନା କମିଟି ପୁନର୍ଗଠନ

ଝାରସୁଗୁଡା ୨୩/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ସଦର ମହକୁମା ସ୍ଥିତ ଟାଉନ ହାଇସ୍କୁଲ ଠାରେ ଓଡିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ସଙ୍ଘ (ଓଷ୍ଟା) ପକ୍ଷରୁ ରବିବାର ଦିନ ସାମ୍ବିଧାନିକ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି।
ଝାରସୁଗୁଡ଼ା ଜିଲ୍ଲା ଓଷ୍ଟା କାର୍ଯ୍ୟକାରୀ ସଭାପତି ଉମାକାନ୍ତ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସମ୍ମିଳନୀରେ ଓଷ୍ଟା ରାଜ୍ୟ କାର୍ଯ୍ୟକାରୀ ସଭାପତି ତଥା ଝାରସୁଗୁଡ଼ା ଜିଲ୍ଲା ପ୍ରଭାରୀ ନୀଳମଣି ପୁରୋହିତ, ଯୁଗ୍ମ ସାଧାରଣ ସମ୍ପାଦକ ବ୍ରଜ କିଶୋର ବିଶ୍ବାଳ, ସମ୍ପାଦକ ପ୍ରଣବ କୁମାର ଜେନା, ଯୁଗ୍ମ ସମ୍ପାଦକ ଆଶୁତୋଷ ପ୍ରସାଦ ରଥ, ଅନୁଗୁଳ ଜିଲ୍ଲା ଓଷ୍ଟା ସମ୍ପାଦକ ତ୍ରିଲୋଚନ ଦାଶ ପ୍ରମୁଖ ଯୋଗଦେଇ ବହୁମୂଲ୍ୟ ମତାମତ ତଥା ସାଂଗଠନିକ ପଦକ୍ଷେପ ଉପରେ ବକ୍ରବ୍ୟ ରଖୁଥ‌ିଲେ । ଝାରସୁଗୁଡା ଜିଲ୍ଲା ଓଷ୍ଟା ସମ୍ପାଦକ କିଶୋର କୁମାର ମହାନ୍ତି ଜିଲ୍ଲା ସାଂଗଠାନିକ ବିବରଣୀ ପାଠ କରିବା ପରେ ଉପସ୍ଥିତ ଶିକ୍ଷକ ଓ ଶିକ୍ଷା କର୍ମଚାର ଙ୍କ ବିଭିନ୍ନ ସମସ୍ୟା ସମ୍ପର୍କରେ ଆଲୋଚନା ହୋଇଥିଲା ।
ବର୍ତ୍ତମାନ ସମୟରେ ଅନେକ ନୂତନ ଅନୁଦାନ ପ୍ରାପ୍ତ ସ୍କୁଲ ମାନଙ୍କରେ ସରକାରଙ୍କ ବ୍ୟବସ୍ଥା ନ ଥିବାରୁ ଶିକ୍ଷକ ଅଭାବ, ୧୯୪ ବର୍ଗର ସ୍କୁଲ ଗୁଡିକରେ କାର୍ଯ୍ୟରତ ଶିକ୍ଷକ ଶିକ୍ଷୟତ୍ରୀ ଦୀର୍ଘ ୨୦ ବର୍ଷରୁ ଉର୍ଦ୍ଧ୍ବ ସମୟ ଧରି କାମ କରି ଆସିଥିଲେ ମଧ୍ୟ ତାଙ୍କୁ ସରକାର ଟଙ୍କାଟିଏ ଅନୁଦାନ ନ ଦେବା ସହ ସେହି ବର୍ଗର ସ୍କୁଲ ଗୁଡିକରେ ପାଠ ପଢୁଥ‌ିବା ଛାତ୍ରଛାତ୍ରୀଙ୍କ ମଧ୍ୟାହ୍ନ ଭୋଜନ ବନ୍ଦ କରିବା, ନୂତନ ଅନୁଦାନ ପ୍ରାପ୍ତ ସ୍କୁଲରେ ୩୦/ ୩୫ବର୍ଷ କାମକରି ଅବସର ନେଉଥିବା ଶିକ୍ଷକ,ଶିକ୍ଷା କର୍ମଚାରୀ ମାନଙ୍କୁ ଅବସର କାଳୀନ ବେନିଫିଟ ସହ ପେନସନ୍ ନ ଦେବା ଆଦି ସମସ୍ୟା ଉପରେ ଉପସ୍ଥିତ ଶିକ୍ଷକ ମାନେ ଦାବି ଉପସ୍ଥାପନ କରିଥିଲେ ଏବଂ ତା ଉପରେ ପୁଙ୍ଖାନୁପୁଙ୍ଖ ଆଲୋଚନା କରା ଯାଇଥିଲା | ପରେ ଝାରସୁଗୁଡ଼ା ଜିଲ୍ଲା ଓଷ୍ଟା ସଭାପତି ସଦାନନ୍ଦ ଦାସ ତାଙ୍କ ବକ୍ତବ୍ୟ ରଖି ଆନୁଷ୍ଠାନିକ ଭାବେ ପୂର୍ବ କମିଟିକୁ ଭଙ୍ଗ ଘୋଷଣା କରିଥିଲେ ।
ଏହା ପରେ ରାଜ୍ୟ ନେତୃତ୍ୱଙ୍କ ଉପସ୍ଥିତିରେ ଜିଲ୍ଲା କମିଟି ନିର୍ବାଚନ ପ୍ରକ୍ରିୟା କରାଯାଇ ସନ୍ୟାସୀ ପଟେଲଙ୍କୁ ସଭାପତି ଭାବେ ମନୋନୀତ କରା ଯାଇଥିବା ବେଳେ ଜଗଦିଶ କିଶାନଙ୍କୁ କାର୍ଯ୍ୟକାରୀ ସଭାପତି ଏବଂ ବିପଦ ଭଞ୍ଜନ ପଣ୍ଡା, ଭାରତୀ ଭୋଇ ଓ ଶାନ୍ତି ପ୍ରସାଦ ପାଢ଼ୀଙ୍କୁ ଉପ ସଭାପତି ରୂପେ ଚୟନ କରା ଯାଇଥିଲା । ସେହିପରି କିଶୋର କୁମାର ମହାନ୍ତିଙ୍କୁ ସାଧାରଣ ସମ୍ପାଦକ, ବିପିନ କୁମାର ପଣ୍ଡା, ପୂର୍ଣ୍ଣଚନ୍ଦ୍ର ସାହୁ ଓ କ୍ରୀଷ୍ମା ପ୍ରଧାନଙ୍କୁ ଯୁଗ୍ମ ସଂପାଦକ, ଏକକ୍ୟୁକ୍ୟୁଟିଭ୍ କାଉନସିଲ୍ ମେମ୍ବର ଭାବେ ଜୟନ୍ତୀ ପଟେଲ, ଜୟନାରାୟଣ ପଟେଲ, କେଶବ ସା ଓ ପ୍ରତାପ ପଟେଲ ଏବଂ ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭାବେ ହରେକୃଷ୍ଣ ପଟେଲ ଓ ଉପଦେଷ୍ଟା ଭାବେ ସଦାନନ୍ଦ ଦାସ, ଉମାକାନ୍ଧ ପଣ୍ଡା ଓ ସଚୀନ୍ଦ୍ର ପଟେଲଙ୍କୁ ମନୋନିତ କରା ଯାଇଥିଲା । ଶେଷରେ ରାଜ୍ୟ କାର୍ଯ୍ୟକାରୀ ସଭାପତି ନୀଳମଣି ପୁରୋହିତ ସମସ୍ତଙ୍କୁ ପଦ ଓ ଗୋପନୀୟତାର ସପଥ ପାଠ କରାଇ ଥିଲେ । ଏହି ଅବସରରେ ଜିଲ୍ଲାର ପାଞ୍ଚଟି ବ୍ଲକର ବିଭିନ୍ନ ହାଇସ୍କୁଲରୁ ବହୁ ସଂଖ୍ୟାରେ ଶିକ୍ଷକ ଓ ଶିକ୍ଷୟତ୍ରୀ ଯୋଗ ଦେଇଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ