ଜିଲ୍ଲା ମାଜିଷ୍ଟ୍ରେଟ ଙ୍କୁ ବୀରମହାରାଜପୁର ବ୍ଲକ ସରପଞ୍ଚ ସଂଘ ଭେଟି ସମସ୍ୟା ସମ୍ପର୍କରେ ଜଣାଇଲେ


ବିରମହାରାଜ ପୁର : (ସୌମିତ୍ରି ମେହେର)
ବୀରମହାରାଜପୁର ବ୍ଳକ୍ ସରପଞ୍ଚ ସଂଘ କର୍ମକର୍ତ୍ତା ସଭାନେତ୍ରୀ ଶ୍ରୀୟା କର୍ମୀ ଙ୍କ ନେତୃତ୍ୱରେ ବୀରମହାରାଜପୂର ପଞ୍ଚାୟତ ସମିତି ସଭ।ଗୃହରେ ହେଉଥିବା ଜିଲ୍ଲାପାଳ ଙ୍କ ଅଭିଯୋଗ ପ୍ରକୋଷ୍ଠରେ ଜିଲ୍ଲା ମାଜିଷ୍ଟ୍ରେଟ ଅନ୍ୟା ଦାସ ଓ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ଙ୍କୁ ଭେଟି ଦୁଙ୍ଗୁରୀ ପାଲି ବ୍ଳକ୍ ରାମପୁର ଥାନା ଅନ୍ତର୍ଗତ ଗଜବନ୍ଧ୍ ଗ୍ରାମ ପଞ୍ଚାୟତ ପୂର୍ବତନ ସରପଞ୍ଚ ଙ୍କ ଅମାନୁଷିକ ହତ୍ୟାକାଣ୍ଡ ଆସାମୀ ଙ୍କୁ କଠୋର ଆଇନୋଚିତ ଦଣ୍ଡବିଧାନ ଓ ତାଙ୍କ ଧର୍ମପତ୍ନୀ ତଥା ସରପଞ୍ଚ ବାସନ୍ତୀ ଖେତି ଙ୍କ ପାରିବାର ବର୍ଗଙ୍କୁ ସୁରକ୍ଷା ଦାବୀ କରିଥିଲେ । ଗତ ବର୍ଷ ଜୁଲାଇ ୨୪ ତାରିଖରେ ଦିନ ଡୁଙ୍ଗୁରିପାଲି ବ୍ଳକ୍ ଇଚ୍ଛାପୁର ଗ୍ରାମପଞ୍ଚାୟତ ସରପଞ୍ଚ ପ୍ରଶାନ୍ତ ସାହୁ ଙ୍କୁ ବ୍ଳକ୍ ପରିସରରେ ସ୍ପଷ୍ଟ ଦିବାଲୋକରେ ମରଣାନ୍ତକ ଆକ୍ରମଣ ଓ ଗତ ୧୦ ତାରିଖ ରେ ପୁର୍ବତନ ସରପଞ୍ଚ ବଲ୍ଲଭ ଖେତିଙ୍କୁ ନିର୍ମମ ହତ୍ୟା କୁ ଦ୍ରୁଷ୍ଟି ରେ ରଖି ଜିଲ୍ଲା ର ସମସ୍ତ ତୃଣମୂଳ ସ୍ତର ନିର୍ବାଚିତ ସରପଞ୍ଚ ଓ ପରିବାର ବର୍ଗ ଙ୍କ ସୁରକ୍ଷା ଦାବି କରିଥିଲେ । ପୋଲିସ ଆରକ୍ଷୀ ଅଧିକ୍ଷକ ନାରାୟଣ ନାୟକ ପ୍ରତିନିଧି ମଣ୍ଡଳୀ ଙ୍କ ଦାବୀ ର ଗ୍ରୁରୁତ୍ଵ ଉପଲବ୍ଧି କରି ପୋଲିସ ଆବଶ୍ୟକୀୟ ସାହଯୋଗର ନିର୍ଭର ପ୍ରତିଶ୍ରୁତି ପ୍ରଦାନ କରିଥିଲେ । ସ୍ବର୍ଗତ ବଲ୍ଲଭ କ୍ଷେତି ଙ୍କ ହତ୍ୟା ଅନୁସନ୍ଧାନ ସଠିକ୍ ଭାବରେ କରାଯାଇ ଆସାମୀ ଙ୍କୁ ଗିରଫ କରାଯାଇଥିବା ସମ୍ପର୍କରେ ଅବଗତ କରିଥିଲେ l ପ୍ରତିନିଧି ମଣ୍ଡଳୀ ରେ ସଂଘ ଉପସଭାନେତ୍ରି ଅନୁଷୟା ପଧାନ, ସଂପାଦକ ସୂର୍ଯ୍ୟ ନନ୍ଦ , କୋଷାଧ୍ୟକ୍ଷ। ଜୟଶ୍ରୀ ଦେହୁରୀ , ଉପଦେଷ୍ଟା ସରପଂଚ ମହେନ୍ଦ୍ର ଜଗଦଲା , ବନିତା ସେଠୀ ଓ ଅନ୍ୟ ମାନେ ଉପସ୍ଥିତ ଥିଲେ।