Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆଧ୍ୟାତ୍ମିକ କାର୍ଯ୍ଯକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଏକ ଆଧ୍ୟାତ୍ମିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପୂର୍ବ ନିର୍ଦ୍ଧାରିତ ସୂଚୀ ମତେ ପବିତ୍ର ଶ୍ରାବଣ ମାସର ପ୍ରଥମ ସୋମବାର ଅବସରରେ ଭଗବାନ ଶିବ ଶଙ୍କରଙ୍କ ଉପରେ ଆଧ୍ୟାତ୍ମିକ ପ୍ରବଚନ ରଖିଥିଲେ ଅନୁଷ୍ଠାନ ର ସଦସ୍ୟ ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା । ନନ୍ଦିଘୋଷ ଆଧ୍ୟାତ୍ମିକ ପରିଷଦର ସଭାପତି ଯୁଗଳ କିଶୋର ମିଶ୍ର , ବ୍ୟାସ ଗାୟକ ସତ୍ୟ ନାରାୟଣ ଚାନ୍ଦ , ଶଙ୍କର ମେହେର , ଦିଲ୍ଲିପ ତ୍ରିପାଠୀ , ମୀନକେତନ ମେହେର ପ୍ରମୁଖ ବାଦ୍ୟଯନ୍ତ୍ର ଓ ପାଳିଆରେ ସହଯୋଗ କରିଥିଲେ। ସନ୍ତୋଷ କୁମାର ଷଡଙ୍ଗୀ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରବଚକ କୃଷ୍ଣଚନ୍ଦ୍ର ପାଢୀ ଓ ଭୂଷଣ କୁମାର ପାତ୍ର ପ୍ରମୁଖ ସମୀକ୍ଷକ ରହିଥିଲେ । ପାରାୟଣ ଗାୟକ ଶ୍ରୀନିବାସ ନାୟକ , ପୀତବାସ ପଣ୍ଡା , ଭଗବାନ ମିଶ୍ର , ଚମରା ମହାକୁର , ବିଦ୍ୱାନ ଜ୍ଞାନେନ୍ଦ୍ର ତ୍ରିପାଠୀ , ଦିଲ୍ଲିପ ମିଶ୍ର , ବଳରାମ କାଣ୍ଡ , ଜୟଦେବ ସାହୁ , ରାଧେଶ୍ୟାମ ରାଏ , ଶ୍ୟାମସୁନ୍ଦର ସେଠି , ସୁରୁ ସାହୁ , ଦାମୋଦର ମିଶ୍ର , ଶିକ୍ଷାବିତ ସୂର୍ଯ୍ୟ ନାରାୟଣ ପାଣିଗ୍ରାହୀ ପ୍ରମୁଖ ଅନୁଷ୍ଠାନ ର ସଦସ୍ୟ ମାନେ ଉପସ୍ଥିତ ଥିଲେ। କାର୍ଯ୍ୟକ୍ରମ ଶେଷ ପର୍ଯ୍ୟାୟରେ ସୁବର୍ଣ୍ଣପୁର ଆରକ୍ଷୀ ଅଧିକ୍ଷକ ନାରାୟଣ ନାଏକ ସମବେତ ସଦସ୍ୟ ମାନଙ୍କ ଉଦ୍ଦେଶ୍ୟରେ ନିଜର ବକ୍ତବ୍ୟ ରଖିଥିଲେ। ଉପଖଣ୍ଡ ପୋଲିସ ଅଧିକାରୀ ହେମନ୍ତ ରାଓ ଉପସ୍ଥିତ ଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ