Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ପ୍ରେମିକଙ୍କ ନାମ ଏବଂ ଫଟୋ ଥିବା ଟି-ସାର୍ଟ ପିନ୍ଧି ବୁଲିଲେ ଜାହ୍ନବୀ କପୁର

ମୁମ୍ବାଇ: ବଲିଉଡ୍ ଅଭିନେତ୍ରୀ ଜାହ୍ନବୀ କପୁର ଆଜିକାଲି ଖବର ଶିରୋନାମାରେ ଅଛନ୍ତି। ନିକଟରେ ଟେନିସ୍ ଚାମ୍ପିଅନସିପ୍ ୱିମ୍ବଲଡନର ସେମିଫାଇନାଲ ମ୍ୟାଚରେ ଅଭିନେତ୍ରୀଙ୍କୁ ତାଙ୍କ ପ୍ରେମିକ ଶିଖର ପହାଡିଆଙ୍କ ସହ ଦେଖିବାକୁ ମିଳିଥିଲା। ଏହି ଦମ୍ପତିଙ୍କ ଅନେକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା।

ଏବେ ଏହି ଅଭିନେତ୍ରୀ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି। ବିଷୟ କରିଛି। ଅଭିନେତ୍ରୀ ତାଙ୍କ ପ୍ରେମିକଙ୍କ ନାମ ଏବଂ ଫଟୋ ଥିବା ଏକ ଟି-ସାର୍ଟ ପିନ୍ଧିଛନ୍ତି। ଏଥିରୁ ସ୍ପଷ୍ଟ ହେଉଛି ଯେ ଜାହ୍ନବୀ କପୁର ଖୋଲାଖୋଲି ଭାବରେ ତାଙ୍କ ପ୍ରେମକୁ ପ୍ରକାଶ କରୁଛନ୍ତି। ସେଲିବ୍ରିଟି ବନ୍ଧୁ ଓରି ତାଙ୍କ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପାର୍ଟିର ଏକ ଭିଡିଓ ସେୟାର କରିଥିଲେ। ପାର୍ଟିର ଏହି ଭିଡିଓରେ ଅଧିକାଂଶ ଧ୍ୟାନ ଜାହ୍ନବୀ କପୁର ଏବଂ ତାଙ୍କ ପ୍ରେମିକ ଶିଖରଙ୍କ ଉପରେ ଯାଉଛି। ସେ ପିନ୍ଧିଥିବା ଟି-ସାର୍ଟ ଉପରେ ଶିଖରଙ୍କ ସାର୍ଟଲେସ୍ ଫଟୋ ସମେତ ଅନେକ ଫଟୋ ପ୍ରିଣ୍ଟ ହୋଇଛି। ଏହା ଏକ କଷ୍ଟମାଇଜ୍ ଟି-ସାର୍ଟ, ଯାହାକୁ ଅଭିନେତ୍ରୀ ତାଙ୍କ ପ୍ରେମିକଙ୍କୁ ପ୍ରଭାବିତ କରିବା ପାଇଁ ତିଆରି କରିଥିଲେ ଏବଂ ପିନ୍ଧିଥିଲେ।

ଏହି ଟି-ସାର୍ଟରେ କେବଳ ଶିଖରଙ୍କ ଫଟୋ ନୁହେଁ ବରଂ ତାଙ୍କ ନାମ ମଧ୍ୟ ଲେଖାଯାଇଥିବା ଦେଖାଯାଉଛି। ଏବେ ଜାହ୍ନବୀଙ୍କ ପ୍ରଶଂସକମାନେ ତାଙ୍କ ନିଆରା ଅନ୍ଦାଜକୁ ବେଶ ପସନ୍ଦ ମଧ୍ୟ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ