Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଗଛରୁ ପଡି ଜୟପୁର ଗ୍ରାମର ଅନ୍ତର୍ଯ୍ୟାମୀ କର୍ଣ୍ଣ ଙ୍କ ମୃତ୍ୟୁ

ଉଲୁଣ୍ଡା : ( ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ କାଦୋଦର ପଞ୍ଚାୟତର ଜୟପୁର ଗାଁ ରେ ମଙ୍ଗଳବାର ଗଛରୁ ପଡି ଅନ୍ତର୍ଯ୍ୟାମୀ କର୍ଣ୍ଣ (୩୦) ନାମକ ଏକ ଯୁବକର ମୃତ୍ୟୁ ଘଟିଛି । ପ୍ରାପ୍ତ ସୂଚନା ଅନୁସାରେ ଆଜି ଅପରାହ୍ନ ୩ଟା ବେଳେ ଅନ୍ତର୍ଯ୍ୟାମୀ ନିଜ ଜମି ରେ ଥିବା ଏକ ଗଛରେ ଚଢି କିଛି ଡାଳ କାଟୁଥିଲେ। କିନ୍ତୁ ଦୁର୍ଗଭାଗ୍ୟ ବିଷତଃ ଏକ ଡାଳ ତାଙ୍କ ଉପରେ ପଡିବାରୁ ସେ ଭାରସ୍ୟାମ ହରାଇ ଗଛରୁ ତଳକୁ ପଡି ଗୁରୁତର ଭାବେ ଆହତ ହୋଇଥଲେ । ଏହି ସମୟରେପହ୍ଲା ରୋଇବାକୁ ଯାଇଥିବା କିଛି ମହିଳା ତାଙ୍କୁ ଉଦ୍ଧାର କରି ପରିବାର ଲୋକଙ୍କୁ ସୂଚନା ଦେଇଥଲେ । ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ତୁରନ୍ତ ସୋନପୁର ଡାକ୍ତରଖାନାନେଇଥିଲେ । କିନ୍ତୁ ସେଠାରେ ଡାକ୍ତର ଅନ୍ତର୍ଯ୍ୟାମୀ ଙ୍କୁ ମୁତ୍ୟୁ ଘୋଷଣା କରିଥିଲେ । ବୁଧୁବାର ଶବ ବ୍ୟବଛ୍ୟଦ ପରେ ହରିହର ଯୋର ସ୍ମଶାନ ରେ ଘାଟ ରେ ଅନ୍ତିମ ସଂସ୍କାର କରାଯାଇଛି ଥିଲା। ଅନ୍ତର୍ଯ୍ୟାମୀଙ୍କ ମୃତ୍ୟୁ ପରେ ପରିବାର ଅସ୍ୟହାୟ ହୋଇ ପଡିଛନ୍ତି। ପତ୍ନୀସହ ପୁଅ ଓ ଝିଅ ଅଛନ୍ତି । ତେଣୁ ମୃତ ପରିବାର ବର୍ଗଙ୍କୁ ସରକାରୀ ସହାୟତା ଯୋଗେଇ ଦେବାକୁ ଗ୍ରାମବାସୀ ନିବେଦନ କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ