Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଓଡ଼ିଶା ବନ୍ଦ ଡାକରା :ଜିଲ୍ଲା କଂଗ୍ରେସ ସହ ଆଉ ୮ ଦଳ ସାମିଲ

ସମ୍ବଲପୁର: ଆସନ୍ତା ୧୭ ଜୁଲାଇ ୨୦୨୫ ଓଡ଼ିଶା ବନ୍ଦ ନେଇ ସମ୍ବଲପୁର ଜିଲ୍ଲା କଂଗ୍ରେସ ର ପ୍ରସ୍ତୁତି ବୈଠକ କଂଗ୍ରେସ ଭବନରେ ସଂଯୋଜକ ଦୁର୍ଗା ପାଢ଼ୀ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଯାଇଅଛି। ଏଥିରେ ଶତାଧିକ କଂଗ୍ରେସ କର୍ମୀ ଓ କର୍ମକର୍ତ୍ତା ଅଂଶ ଗ୍ରହଣ କରିଥିଲେ।
ପ୍ରଥମେ ବାଲେଶ୍ଵର ଏଫ୍ ଏମ କଲେଜରେ ଆତ୍ମଦାହ କରିଥିବା ସୌମ୍ୟାଶ୍ରୀ ଙ୍କ ଅମର ଆତ୍ମାର ସଦଗତି ପାଇଁ ନୀରବ ପ୍ରାର୍ଥନା କରାଯାଇଥିଲା।
ବନ୍ଦର ଉଦ୍ଦେଶ୍ୟ ନେଇ ସୂଚନା ଦିଆଯାଇଥିଲା। ପରେ ଉପସ୍ଥିତ କର୍ମୀଗଣ ଓଡ଼ିଶା ବନ୍ଦ ର ସଫଳତା ପାଇଁ ବିଭିନ୍ନ ପ୍ରସ୍ତାବ ଦେଇଥିଲେ।
ଜିଲ୍ଲାର ସବୁ କର୍ମକର୍ତ୍ତା ସହ ବିଭିନ୍ନ ଦଳର କର୍ମକର୍ତ୍ତା ବି ଅଂଶ ଗ୍ରହଣ କରିବେ। ( ବିଜେପି ଓ ବିଜେଡ଼ି ବ୍ୟତୀତ) । ପିସିସି ସଭାପତିଙ୍କ ନିର୍ଦ୍ଦେଶ ମତେ ୨୦୨୪ ବିଧାନସଭା ଲଢିଥିବା ଜିଲ୍ଲାର ବିଭିନ୍ନ ବିଧାନସଭା କ୍ଷେତ୍ରର ବନ୍ଦ ଦାୟିତ୍ୱ ସେହି ପ୍ରାର୍ଥୀ ଓ ବିଭିନ୍ନ କର୍ମକର୍ତ୍ତା ଏହି ଦାୟିତ୍ୱ ରେ ରହିବେ ବୋଲି ଆଜି ନିଷ୍ପତ୍ତି ନିଆଯାଇଛି। ସେମାନେ ଶାନ୍ତିପୂର୍ଣ୍ଣ ରୂପେ ବନ୍ଦକୁ ସଂଯୋଜନା କରିବେ।
ରେଢ଼ାଖୋଲ ବିଧାନସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ଏଆଇସିସି ସମ୍ପାଦକ ଆସଫ ଖାଁ ଓ ରେଢାଖୋଲ ନିର୍ବାଚନ ମଣ୍ଡଳୀର କଂଗ୍ରେସ କର୍ମକର୍ତ୍ତା, ରେଙ୍ଗାଲି ବିଧାନ ସଭା କ୍ଷେତ୍ର ପାଇଁ ପ୍ରାର୍ଥୀ ପିସିସି ସମ୍ପାଦକ ଦିଲ୍ଲୀପ ଦୁରିଆ ଓ ନିର୍ବାଚନ ମଣ୍ଡଳୀର ବିଭିନ୍ନ କଂଗ୍ରେସ କର୍ମକର୍ତ୍ତା, କୁଚିଣ୍ଡା ନିର୍ବାଚନ ମଣ୍ଡଳୀ ପାଇଁ କଂଗ୍ରେସ ପ୍ରାର୍ଥୀ କେଦାର ବରିହା ଓ କୁଚିଣ୍ଡା ନିର୍ବାଚନ ମଣ୍ଡଳୀର ବିଭିନ୍ନ କର୍ମକର୍ତ୍ତା ରହିବେ। ସେହିପରି ସମ୍ବଲପୁର ନିର୍ବାଚନ କ୍ଷେତ୍ର ପାଇଁ ଦୁର୍ଗା ପାଢ଼ୀ ଓ ସମ୍ବଲପୁର ବୁର୍ଲା ହୀରକୁଦ ସହରର କର୍ମକର୍ତ୍ତାଙ୍କୁ ଦାୟିତ୍ୱ ଦିଆଯାଇଥିଲା। ବୁର୍ଲା ପାଇଁ ଶିବ ପ୍ରଧାନ , ଗିରିଜା ନାୟକ ଓ ଟିମ। ହୀରାକୁଦ ପାଇଁ ରବି ରାଉତ, ଜିତେନ ମହାନନ୍ଦ୍, ସତ୍ୟ ନାରାୟଣ ସେନାପତି ଓ ଟିମ। ସମ୍ବଲପୁର ପାଇଁ ଗୋବିନ୍ଦ ମିଶ୍ର, ସୁତପା ମିତ୍ର, ଜିତେନ୍ଦ୍ର ପ୍ରଧାନ, ସୁଧୀର ପଣ୍ଡା, ପିସିସି ସଭ୍ୟା ସୁରଞ୍ଜିନୀ ବାରିକ, ଚନ୍ଦ୍ର ପୁରୋହିତ, ଏମ ଡି ମୁକ୍ତାର ଓ ଟିମ ବନ୍ଦ ସଂଯୋଜନା ଦାୟିତ୍ୱରେ ରହିବେ। ଛାତ୍ର, ଯୁବକ ମହିଳା, ସେବାଦଳ, ବିଭିନ୍ନ ବିଭାଗର କର୍ମକର୍ତ୍ତା ସମେତ ଜିଲ୍ଲାର ଅନ୍ୟ କର୍ମକର୍ତ୍ତା ମାନେ ବି ସାମିଲ ହୋଇ ପିକେଟିଂ କରିବେ। ଗୋବିନ୍ଦ ମିଶ୍ର, ଶିବ ପ୍ରଧାନ ସୁତପା ମିତ୍ର, ସୁରାଞ୍ଜିନି ବାରିକ ସମ୍ବଲପୁର ଜିଲ୍ଲା କଂଗ୍ରେସ କମିଟିପ ପକ୍ଷରୁ ସୂଚନା ଦେଇଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ