Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ସୌମ୍ୟାଶ୍ରୀଙ୍କୁ ଶ୍ରଦ୍ଧାଞ୍ଜଳି

ସମ୍ବଲପୁର:ଆଜି ମା’ ଝାଡେଶ୍ୱରୀ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଫକିର ମୋହନ ସ୍ୱୟଂଶାସିତ ମହାବିଦ୍ୟାଳୟର ଛାତ୍ରୀ ସ୍ୱର୍ଗତା ସୌମ୍ୟାଶ୍ରୀ ବିସିଙ୍କୁ ଅନୁଷ୍ଠାନର ଅଧ୍ୟାପକ ଅଧ୍ୟାପିକା କର୍ମଚାରୀ ଓ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରାଯାଇଛି। ଅଧ୍ୟକ୍ଷ ଅଶୋକ କୁମାର ପୁରୋହିତଙ୍କ ସଭାପତିତ୍ୱରେ ତଥା ଅଧ୍ୟାପକ ରବିନ୍ଦ୍ର ନାରାୟଣ ଠାକୁରଙ୍କ ସଂଯୋଜନାରେ ଆୟୋଜିତ ଶୋକସଭାରେ ସୌମ୍ୟାଶ୍ରୀଙ୍କ ଆତ୍ମାର ସଦଗତି କାମନାର୍ଥେ ନିରବପ୍ରାର୍ଥନା କରାଯାଇଥିଲା। ଶିକ୍ଷାନୁଷ୍ଠାନରେ କୌଣସି ପ୍ରକାର ଶାରିରୀକ ତଥା ମାନସିକ ଅତ୍ୟାଚାରକୁ ସହ୍ୟ ନକରି ଏହାର ମୁକାବିଲା କରିବା ତଥା କୌଣସି ଶିକ୍ଷାର୍ଥୀଙ୍କ ଜୀବନରେ ଅନୁଷ୍ଠାନ ଭିତରେ ଯଦି ସେଭଳି ଘୃଣ୍ୟ ଘଟଣା ଘଟେ ତେବେ ସେଥିରେ ଭାଙ୍ଗି ନଯାଇ ଦୃଢ ମନୋବଳ ନେଇ ଏହାର ବିରୋଧ କରିବା ସହ ନିଜ ଅଭିଭାବକ ଓ ଶିକ୍ଷାନୁଷ୍ଠାନର କର୍ତ୍ତୃପକ୍ଷଙ୍କୁ ଯଥାଶିଘ୍ର ଏହା ସମ୍ପର୍କରେ ଅବଗତ କରାଇବାକୁ ସଭାରେ ଛାତ୍ରଛାତ୍ରୀମାନଙ୍କୁ ପରାମର୍ଶ ଦିଆଯାଇଥିଲା ଏହି ଦୁଃଖଦ ଘଟଣାର ସମୁଚିତ ତଦନ୍ତ ସହ ଅଭିଯୁକ୍ତଙ୍କ ବିପକ୍ଷରେ ଅବଶ୍ୟ ନ୍ୟାୟୋଚିତ ଦଣ୍ଡ ବିଧାନ କରିବା ନିମନ୍ତେ ସରକାରଙ୍କଠାରୁ ଆଶା କରାଯାଇଥିଲା।