ଉଲୁଣ୍ଡା : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ବିଶିପଡ଼ା ପ୍ରାଥମିକ କୃଷି ସମବାୟ ସମିତି ଲିଃ ପକ୍ଷରୁ ପୁଢ଼ଟିକିରା ଛକ ଠାରେ କୃଷି ଯନ୍ତ୍ରପାତି ର ଉଦଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ରେ ବିଧାୟକ ଇଂ ରଘୁନାଥ ଜଗଦଲା ଯୋଗ ଦେଇ କୃଷି ଯନ୍ତ୍ରପାତି ମେଳା ଉଦଘାଟନ କରିଥିଲେ । ଚାଷୀମାନଙ୍କ ସୁବିଧା ପାଇଁ ଆଧୁନିକ ପ୍ରଣାଳୀ ରେ ଚାଷ କିପରି ଆଗକୁ ସୁଦୃଢ଼ ହେବ ଓ ସରକାରଙ୍କ କୃଷି ଯନ୍ତ୍ରପାତି ସବସିଡ୍ ସହିତ ସୁଲଭ ମୂଲ୍ୟରେ ଚାଷୀ ପାଇ ପାରିବେ ସେ ଉପରେ ବିଧାୟକ ମତ ପ୍ରକାଶ କରିଛନ୍ତି। ଉକ୍ତ କାର୍ଯ୍ୟକ୍ରମରେ ସଭାପତି ଝରିଆ କ୍ଷେତୀ , ସମ୍ପାଦକ ପ୍ରଦୀପ କୁମାର ନେଗି , ସହ ସଂପାଦକ ଅଭିନାସ ନାଏକ , ଚାଷୀ ଶରତ କୁମାର ଭୋଇ , ବିରୁପାକ୍ଷ ସେଠୀ , ରବୀନ୍ଦ୍ର ମେହେର , ଶାନ୍ତନୁ ଦଳାଇ ଓ ଅନ୍ୟାନ୍ୟ ଚାଷୀ ଉପସ୍ଥିତ ଥିଲେ।
ବୀରମହାରାଜପୁର ବିଧାୟକ ଙ୍କ ଦ୍ଵାରା ବିଶିପଡ଼ା-ପୁଢାଟିକିରl ଛକରେ କୃଷି ଜନ୍ତ୍ରପାତି ମେଳା ଉଦଘାଟିତ
