Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ରାଜଧାନୀର ୨୦ଟି ସ୍କୁଲକୁ ବୋମା ଧମକ, ଆତଙ୍କିତ କତୃପକ୍ଷ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ସ୍କୁଲଗୁଡ଼ିକୁ ବାରମ୍ବାର ବୋମା ଧମକ ଦିଆଯାଉଛି। ଆଜି ପୁଣି ପ୍ରାୟ ୨୦ଟି ସ୍କୁଲକୁ ଧମକପୂର୍ଣ୍ଣ ଇମେଲ୍ ମିଳିଛି। ପଶ୍ଚିମ ବିହାର ଅଞ୍ଚଳରେ ଅବସ୍ଥିତ ରିଚମଣ୍ଡ ଗ୍ଲୋବାଲ୍ ସ୍କୁଲକୁ ବୋମା ଧମକ ମିଳିଥିବା ସୂଚନା ମିଳିଛି।

ସେହିପରି ରୋହିଣୀ ସେକ୍ଟର-୩ ସ୍ଥିତ ଅଭିନବ ପବ୍ଲିକ୍ ସ୍କୁଲକୁ ମଧ୍ୟ ବୋମା ଧମକ ମିଳିଛି। ବୋମା ଧମକକୁ ନେଇ ସମସ୍ତ ସ୍କୁଲରେ ଆତଙ୍କର ବାତାବରଣ ଦେଖାଦେଇଛି। କୁହାଯାଉଛି ଯେ ଜଣେ ଅଜଣା ବ୍ୟକ୍ତି ଇମେଲ୍ ମାଧ୍ୟମରେ ସ୍କୁଲରେ ବୋମା ଥିବା ବିଷୟରେ ସୂଚନା ଦେଇଥିଲେ। ଏହା ପରେ ପୋଲିସ ଏବଂ ଅଗ୍ନିଶମ ବିଭାଗର ଗୋଟିଏ ଗୋଟିଏ ଗାଡ଼ି ଘଟଣାସ୍ଥଳରେ ପହଞ୍ଚିଥିଲା।

ଅଗ୍ନିଶମ ବିଭାଗ ସୂଚନା ଅନୁଯାୟୀ, ରୋହିଣୀ ସେକ୍ଟର-୩ ସ୍ଥିତ ଅଭିନବ ପବ୍ଲିକ୍ ସ୍କୁଲରେ ବୋମା ଥିବା ସୂଚନା ଶୁକ୍ରବାର ସକାଳ ୮ଟାରେ ଏବଂ ରୋହିଣୀ ସେକ୍ଟର-୨୪ର ସୋୱାରନ୍ ସ୍କୁଲ ବିଷୟରେ ସକାଳ ୮ ଟା ୧୬ରେ ସୂଚନା ମିଳିଥିଲା। ତେବେ ସମସ୍ତ ସ୍କୁଲରେ ଛାନଭିନ ସହ ତଦନ୍ତ ଜାରି ରହିଛି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ