Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବୀରମହାରାଜପୁର ରେ ମାଗଣା ସ୍ବାସ୍ଥ୍ୟ ପରୀକ୍ଷା ଶିବିର ଆୟୋଜିତ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ଠାରେ ଶନିବାର ଏକ ସ୍ବାସ୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । କଳାକାହ୍ନୁ ମିଶ୍ର ମେମୋରିଆଲ ଫାଉଣ୍ଡେସନ ଓ ସ୍ବେଚ୍ଛାସେବୀ ସଂଗଠନ ପ୍ରୟାସର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ଏହି ଶିବିର କୁ ବରିଷ୍ଠ ନାଗରିକ ସଂଗଠନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥ ଶୁଭ ଉଦ୍‌ଘାଟନ କରିଥିଲେ। ଭୁବନେଶ୍ୱର କିମ୍‌ସ୍‌ର ବରିଷ୍ଠ ସର୍ଜନ ସତ୍ୟ ପ୍ରକାଶ ରାୟ ଚୌଧୁରୀ ଯୋଗଦାନ କରି ପ୍ରାୟ ଏକ ଶତରୁ ଉର୍ଦ୍ଧ୍ବ ରୋଗୀ ଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିଥିଲେ। ସୂଚନାଯୋଗ୍ୟ ଯେ ଶ୍ରୀ ରାୟ ଚୌଧୁରୀ ପୂର୍ବରୁ ଏକ ମୃତ ବ୍ୟକ୍ତିଙ୍କ ଦେହରୁ ଲିଭର୍ ଆଣି ଜଣେ ଜୀବନ୍ତ ରୋଗୀ ଦେହରେ ପ୍ରତି ରୋପଣ କରିବାରେ ସଫଳ ହୋଇପାରିଥିଲେ । ଏହି କାର୍ଯ୍ୟକ୍ରମରେ ହୋତା ଡାଇଗ୍ନୋଷ୍ଟିକ୍ , ବୀରମହାରାଜପୁର ତଥା ଶୁଭ୍ରାଂଶୁ ମେଡିକାଲ ଷ୍ଟୋର ସହଯୋଗ କରିଥିଲେ । ସ୍ମୃତି ସଂସଦର ନିର୍ଦ୍ଦେଶକ ରାଧେଶ୍ୟାମ ମିଶ୍ର କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ