ହରିଣା ପାଲି ଉଚ୍ଚ ବିଦ୍ୟାଳୟ ରେ ଆଞ୍ଚଳିକ ସାଧନା କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ


ଉଲୁଣ୍ଡା : (ସୌମୀତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ହରିଣାପାଲି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ମକୁନ୍ଦ ଧରୁଆଙ୍କ ଅଧ୍ୟକ୍ଷତାରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି l ଏଥିରେ କ୍ଲଷ୍ଟର ର ସମସ୍ତ ଉ. ପ୍ରା. ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପ୍ରାଥମିକ ବିଦ୍ୟାଳୟର ଜଣେ ସହକାରୀ ଶିକ୍ଷକ ନିରୂପିତ ସମୟରେ ଉପସ୍ଥିତ ହୋଇଥିଲେ l ପ୍ରଥମେ ବୈଠକ ହେବା ପୂର୍ବରୁ ଏକ ପ୍ରାର୍ଥନା କରାଯାଇଥିଲା l ପ୍ରାର୍ଥନାଟି ଗାନ କରିଥିଲେ କୋଟସମଲାଇ ସ୍କୁଲର ସହକାରୀ ଶିକ୍ଷକ ଶ୍ରୀମାନ ମହେଶ ଦେହେରୀ ଓ ପରେ ଅନୁଷ୍ଠାନିକ ଭାବରେ ଆଞ୍ଚଳିକ ସାଧନ କେନ୍ଦ୍ର ସ୍ତରୀୟ ସଂଯୋଜକ ଶ୍ଶୁଧାଂଶୁ ଶେଖର ଲୁହା ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟକ୍ରମକୁ ସ୍ୱାଗତ ଜଣାଇ ଶୁଭାରମ୍ଭ କରିଥିଲେ l ଏଥିରେ ଜୁଲାଇ ମାସର ପାଠ୍ୟ ଖସଡ଼ା , ପ୍ରତ୍ୟାଶିତ ଶିକ୍ଷଣ ଫଳାଫଳ , ସମୟ ନିର୍ଘଣ୍ଟ , ଇତ୍ୟାଦି ଆଲୋଚନା କରିଥିଲେ l ଏ କାର୍ଯ୍ୟକ୍ରମ ରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ଆଲୋଚନାରେ ସକ୍ରିୟ ଅଂଶଗ୍ରହଣ କରିଥିଲେ l ଅପରାହ୍ନ 2ଘଟିକା ସମୟରେ ମଧ୍ୟାହ୍ନ ଭୋଜନ ବିରତି ହୋଇଥିଲା l ପରେ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କୁ କୌଣସି ଏକ ପ୍ରସଙ୍ଗକୁ ନେଇ ଏକ ବହୁ ଶ୍ରେଣୀ ଓ ଏକକ ଶ୍ରେଣୀ ଲେସନ ନୋଟ ପ୍ରସ୍ତୁତ କରିବା ପାଇଁ କାର୍ଯ୍ୟଫର୍ଦ ଦେଇଥିଲେ, ପରେ ତାକୁ ଆଲୋଚନା କରାଯାଇଥିଲା l ଶେଷରେ ବିଦ୍ୟାଳୟର ସହକାରୀ ଶିକ୍ଷକ ସତ୍ୟବ୍ରତ କର୍ଣ୍ଣ ଧନ୍ୟବାଦ ଅର୍ପଣ କରିଥିଲେ l