ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ରାଧିକା କଲ୍ୟାଣ ମଣ୍ଡପ ଠାରେ ପଶ୍ଚିମ ଓଡିଶା ଯାତ୍ରା ସୁରକ୍ଷା ମଞ୍ଚ ପକ୍ଷରୁ ଦ୍ଵିତୀୟ ବାର୍ଷିକ ସମ୍ବିଳନୀ ଅନୁଷ୍ଠିତ ହୋଇ ଯାଇଛି l ଉକ୍ତ ସମ୍ମିଳନୀ ରେ ସନ୍ତୋଷ କୁମାର ପଧାନ ଙ୍କ ସଭାପତିତ୍ବ ରେ ସଭାକାର୍ଯ୍ୟ ଅନୁଷ୍ଠିତ ହୋଇଥିବାବେଳେ, ହରିବନ୍ଧୁ ପଧାନ ଉପସଭାପତି , ମାନସ ରଞ୍ଜନ ମହାକୁର ସମ୍ପାଦକ , ଦେବେନ୍ଦ୍ର ଆଚାର୍ଯ୍ୟ ସହ-ସମ୍ପାଦକ , ଉପେନ୍ଦ୍ର ପଟେଲ କୋଷାଧକ୍ଷ, ନିତ୍ୟାନନ୍ଦ ସାହୁ ସହ କୋଷାଧକ୍ଷ , ଲକ୍ଷ୍ମଣ କୁମାର ପଧାନ ସଂଯୋଜକ , ରଞ୍ଜିତ ଦେବତା, ମହେନ୍ଦ୍ର ବାଘ, ଅଶ୍ୱିନୀ ସେନାପତି , ଲିଙ୍ଗରାଜ ସାହୁ ପ୍ରମୁଖ ମଞ୍ଚାସିନ ହୋଇଥିଲେ l ପର୍ଯ୍ୟବେକ୍ଷକ ଭାବରେ ଓଡିଶା ଯାତ୍ରା ସୁରକ୍ଷା ମଞ୍ଚ ର ବୈକୁଣ୍ଠ ନାଥ ପାକଳ,ନୃସିଂହ ସୁନ୍ଦର ରାୟ ଯୋଗ ଦେଇ ମତବ୍ୟକ୍ତ କରିଥିଲେ l ଆଗାମୀ ଦିନରେ ପରସେଣ୍ଟଟେଜ ରେ ଯାତ୍ରା କରାଯବାକୁ କମିଟି ନିଷ୍ପତି ନେଇଥିଲେ l ଯାତ୍ରା ପାଟି କୁ କଣ୍ଟାକ୍ଟ ରେ ଆଣିବା ଦ୍ୱାରା ଆୟୋଜକ କମିଟି କ୍ଷତି ସହୁଥିବାରୁ ଆଉ ଆଗକୁ କଣ୍ଟାକ୍ଟ ରେ ନ ଆଣିବା ପାଇଁ ନିଷ୍ପତି ନିଆ ଯାଇଥିଲା l ଉକ୍ତ ବୈଠକ ରେ ଚମ୍ପେଶ୍ୱର କଳା ପରିଷଦ ର ସଭାପତି ସୂର୍ଯ୍ୟ ନନ୍ଦ, ସମ୍ପାଦକ ସତ୍ୟ ନାରାୟଣ ମହାକୁର , ସକ୍ରିୟ ସଦସ୍ୟ ଚିତ୍ତ ରଞ୍ଜନ ଦାଶ , କାଁହୁ ମହାକୁର , ରବି ଦେହେରୀ , ବଳରାମ କାଣ୍ଡ , ଚନ୍ଦ୍ର ଶେଖର ଥନାପତି , ବିଘ୍ନରାଜ ପୁରୋହିତ , ଅନିଲ ସାହୁ ପ୍ରମୁଖ ଉପସ୍ଥିତ ଥିଲେ l
ପଶ୍ଚିମ ଓଡିଶା ଯାତ୍ରା ସୁରକ୍ଷା ମଞ୍ଚର ଦ୍ଵିତୀୟ ସମ୍ମିଳନୀ
