Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ଜଗନ୍ନାଥ ପାଲି ରେ ସ୍ଵର୍ଗତଃ ଗୌର ଚରଣ ପଣ୍ଡା ଙ୍କ ଶ୍ରାଦ୍ଧ ବାର୍ଷିକୀ ଉପଲକ୍ଷେ କବିତା ପାଠ ଉତ୍ସବ

ବୀରମହାରାଜପୁର : (ସୌମିତ୍ରି ମେହେର)
ସପ୍ତଦୀପା ସାହିତ୍ୟ ସଂସଦର ବରିଷ୍ଠ ସଦସ୍ୟ ସ୍ବର୍ଗତ ଗୌର ଚରଣ ପଣ୍ଡାଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ ଉପଲକ୍ଷେ ତାଙ୍କ ଗ୍ରାମ ଜଗନ୍ନାଥ ପାଲି ଠାରେ ସଂସଦର ୧୨୧ ତମ ସାରସ୍ବତ ଆସର ରବିବାର ଅନୁଷ୍ଠିତ ହୋଇ ଯାଇଛି । ଅନୁଷ୍ଠାନ ର ସଭାପତି ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମାବେଶରେ ପୁସ୍ତକ ପ୍ରକାଶକ ନନ୍ଦକାହ୍ନା ପୁଝାରୀ ମୁଖ୍ୟ ଅତିଥି , ଡକ୍ଟର ଶୁଭେନ୍ଦୁ ମେହେର ମୁଖ୍ୟ ବକ୍ତା ଏବଂ ବିଶ୍ଵ ଭୂଷଣ ହୋତା ସମ୍ମାନିତ ଅତିଥି ଭାବରେ ଯୋଗଦାନ କରିଥିଲେ। ପ୍ରାରମ୍ଭରେ କବୟିତ୍ରୀ ନିବେଦିତା ପାଢ଼ୀ ସ୍ବାଗତ ଜଣାଇବା ସହିତ ସ୍ବର୍ଗତ ପଣ୍ଡାଙ୍କ ସ୍ମୃତି ଚାରଣ କରିଥିଲେ ଏବଂ ଶେଷରେ ଧନ୍ୟବାଦ ଅର୍ପଣ କରିଥିଲେ । ଡକ୍ଟର ଅନିରୁଦ୍ଧ କୁରୁକୁରିଆଙ୍କ ସଂଯୋଜନା ରେ ଅନୁଷ୍ଠିତ କବିତା ପାଠ ପର୍ବରେ ଶ୍ୟାମ ଗୋପାଳ ହୋତା , ଅଦିତି ପୁରୋହିତ , ବଳରାମ ଦାସ , ସୁନନ୍ଦା ରାଣୀ ପଣ୍ଡା, ଗିରିବାଳା ଚାନ୍ଦ , ଅନିତା ପୁରୋହିତ , ଝିଲି ରାଣୀ ପାଢ଼ୀ , ଅଦ୍ଵୈତ ପ୍ରସାଦ ପଣ୍ଡା , ବୈଜୟନ୍ତୀ ପୁରୋହିତ ପ୍ରମୁଖ କବିତା ଆବୃତ୍ତି କରିଥିଲେ । ଶତରୂପା ପୁଝାରୀ , ସୁଧାଂଶୁ ପାଢ଼ୀ , ଅମିତ୍ ପୁରୋହିତ , ମାଧବୀ ପଣ୍ଡା , ଆଦିତ୍ୟ ପୁରୋହିତ ପ୍ରମୁଖ ସହଯୋଗ କରିଥିଲେ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ