Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Latest News in Odia, Breaking News in Odia, ବଡ ଖବର , Odisha Dot News

ପ୍ରମୁଖ ଖବର
  • ପାଟଣାଗଡ ବିଧାୟକ ଉଠବସ କରାଇଥିବା ଜେଇଙ୍କ ପତ୍ନୀ ପ୍ରବୀଣା ରାଜହଂସ ଥାନାରେ ଦେଲେ ଏତଲା , କଲେ ଗିରଫ ଦାବି
  • ||

ଦିନ ଦ୍ବୀପହରେ ଭିକମପାଲି ଓଜିବି ବ୍ୟାଙ୍କରୁ ସଶସ୍ତ୍ର ଲୁଟ

ଝାରସୁଗୁଡା ୨୨/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ରେଙ୍ଗାଲି ଥାନା ଅନ୍ତର୍ଗତ ୪୯ ନଂ ଜାତୀୟ ରାଜପଥ ଭିକମପାଲି ସ୍ଥିତ ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ଶାଖାରେ ସୋମ‌ବାର ଦିନ ଦ୍ଵିପହରରେ ବନ୍ଧୁକ ମୁନରେ ବ୍ୟାଙ୍କ କର୍ମଚାରୀ ଓ ଗ୍ରାହକଙ୍କୁ ଭୟଭୀତ କରି ଟଙ୍କା ଲୁଟ୍ କରି ଫେରାର ହୋଇ ଯାଇଥିଲେ । ଭିକମପାଲି ଓଜିବି ବ୍ୟାଙ୍କ ମ୍ୟାନେଜର ମନୋରଞ୍ଜନ ଜେନା ତାଙ୍କ ପ୍ରତିକ୍ରିୟାରେ ୭୪ ହଜାର ୯୫୦ ଟଙ୍କା ଲୁଟ୍ ହୋଇ ଥିବା କହିଛନ୍ତି ।
ଖବର ପାଇ ଝାରସୁଗୁଡ଼ା ଜିଲ୍ଲା ଆରକ୍ଷୀ ଅଧିକ୍ଷକ ପି ପରମାର ସ୍ମିଥ ଙ୍କ ନିର୍ଦ୍ଦେଶ କ୍ରମେ ବ୍ରଜରାଜନଗର ଏସଡିପିଓ ଚିନ୍ତାମଣି ପଧାନ,ରେଙ୍ଗାଲି ଥାନା ଭାରପ୍ରାପ୍ତ ଅଧିକାରୀ ସମରେନ୍ଦ୍ର ନାୟକ, ବ୍ରଜରାଜନଗର ଥାନାଧିକାରୀ ଧବଳେଶ୍ବର ସାହୁ,ବେଳପାହାଡ଼ ଥାନାଧିକାରୀ କୃଷ୍ଣ ଚନ୍ଦ୍ର ମେହେର,ଓଡ଼ିଶା ଗ୍ରାମୀଣ ବ୍ୟାଙ୍କ ସମ୍ବଲପୁର ମହା ପ୍ରବନ୍ଧକ ସୁବଧା ପ୍ରସାଦ ମହାନ୍ତି ଏବଂ ଜିଲ୍ଲା ସାଇଣ୍ଟିଫିକ ଟିମ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି । ଏଥିସହ ଓଡ଼ିଶା-ଛତିଶଗଡ଼ ସୀମାନ୍ତ ରାସ୍ତା ଗୁଡ଼ିକୁ ସିଲକରି ବିଭିନ୍ନ ସ୍ଥାନରେ ଲାଗିଥିବା ସିସିଟିଭି ଯାଞ୍ଚ କରି ଫେରାର ଦୁର୍ବୁତ୍ତ ମାନଙ୍କୁ ଧରିବା ପାଇଁ ପୁଲିସ ତନାଘନା ଉଦ୍ୟମ ଜାରି ରଖିଛି । ଅଦ୍ୟାବଧୂ ଫେରାର ଦୁର୍ବୁତ୍ତଙ୍କ ସମ୍ପର୍କରେ ପୁଲିସ କୌଣସି ସୁରାକ ପାଇ ପାରିନାହିଁ ।
ସୂଚନା ଥାଉକି ସୋମବାର ଦିନ ବ୍ୟାଙ୍କ କାରବାର ଚାଲିଥିବା ବେଳେ ମଧ୍ୟାହ୍ନ ୧:୪୫ ମିନିଟ ସମୟରେ ୩ ଜଣ ଦୁର୍ବୁତ୍ତ ମୁଣ୍ଡରେ ହେଇମେଟ ଓ ମୁହଁରେ କପଡ଼ା ବାନ୍ଧି ବ୍ୟାଙ୍କ ଭିତରକୁ ପ୍ରବେଶ କରି ବନ୍ଧୁକ ମୂନରେ ବ୍ୟାଙ୍କ ମାନେଜର, କ୍ୟାସିୟର, କର୍ମଚାରୀ ଓ ଉପସ୍ଥିତ ଗ୍ରାହକଙ୍କୁ ଭୟଭୀତ କରି ବ୍ୟାଙ୍କରୁ ଟଙ୍କା ଲୁଟି କରି ଫେରାର ହୋଇ ଯାଇଥିଲେ । ସେମାନେ ଏକ ବାଇକରେ ଆସି ବ୍ୟାଙ୍କରୁ ଟଙ୍କା ଲୁଟ ପରେ ୪୯ ନଂ ରାଜପଥରେ ନ ଯାଇ ବାଉସେନପାଲି(ଖ) ରାସ୍ତା ଦେଇ ଛତିଶଗଡ଼କୁ ଫେରାଇ ହୋଇ ଯାଇଥିବା ପୁଲିସ ସନ୍ଦେହ କରୁଛି । କିନ୍ତୁ ରେଙ୍ଗାଲି ପୁଲିସ ତିନିଜଣଙ୍କୁ ଅଟକ ରଖି ପଚରାଉଚରା ଜାରି ରଖିଛି ।

More Stories