Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧାୟକ ଙ୍କ ସହିତ ଆଲୋଚନା କଲେ ଲୁତୁରପଙ୍କ ପଞ୍ଚାୟତ ବାସୀ

ବୀରମହାରାଜାପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଲୁତୁରପଙ୍କ ପଞ୍ଚାୟତର ବିଭିନ୍ନ ଗ୍ରାମର ଲୋକେ ବିଧାୟକ ପଦ୍ମନାଭ ବେହେରା ଙ୍କୁ ଭେଟି ଅଞ୍ଚଳର ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଆଲୋଚନା କରିଛନ୍ତି। ବୀରମହାରାଜପୁର ବିଧାୟକ ପଦ୍ମନାଭ ବେହେରା ଙ୍କୁ ସୋନପୁର ସର୍କିଟ ହାଉସ ଠାରେ ଭେଟି ଗୁହାରି କରିଛନ୍ତି। ଲୁତୁରପଙ୍କ ପଞ୍ଚାୟତର ପୂର୍ବତନ ସରପଞ୍ଚ ପ୍ରତିନିଧି ରାଧାମାଧବ ବେହେରା, ପୂର୍ବତନ ୱାର୍ଡସଭ୍ୟ ପୃଥ୍ବିରାଜ ମହାକୁର,କ୍ରୀଡାବିତ ସୁଶିଳ ପ୍ରଧାନ,ଶଶାଙ୍କ ପ୍ରଧାନ,ବୈଷ୍ଣବ ସାହୁ,ସାର୍ତ୍ତିକ ପ୍ରଧାନ, ମାଧବ ନାଏକ, ବିଭିଷଣ ସାହୁ,ସନତ ସାହୁ, ତରଣୀ ସିଙ୍ଗାର, ପ୍ରଶାନ୍ତ ସାହୁ ,ସବଦିଲାଲ ବିଶ୍ବାଳ,ଅନିଲ ସାହୁ,ଧନଞ୍ଜୟ ସାହୁ ପ୍ରମୁଖ ବିଧାୟକ ଙ୍କୁ ଭେଟି ବିଭିନ୍ନ ସମସ୍ୟା ଓ ପଞ୍ଚାୟତର ଉନ୍ନୟନ ମୂଳକ କାମ ଉପରେ ଆଲୋଚନା କରିଥିଲେ।ପଞ୍ଚାୟତର ବିଭିନ୍ନ ଗ୍ରାମର ଚାଷଜମିରେ ଖୋଳାଯାଇଥିବା ଗଭୀର ନଳକୂପ କୁ କିଭଳି ଶୀଘ୍ର ବିଦ୍ୟୁତ ସଂ ଯୋଗ କରାଯିବ ସେନେଇ ଆଲୋଚନା କରାଯାଇଥିଲା।ଏହା ସହିତ ପଞ୍ଚାୟତର ବିଭିନ୍ନ ଗ୍ରାମରେ ଆବଶ୍ୟକ ଥିବା ରାସ୍ତା ଘାଟ ନିର୍ମାଣ, ସ୍କୁଲ ସମସ୍ୟା ,ଗ୍ରାମ୍ୟ ଖେଳ ପଡିଆର ଉନ୍ନତି କରଣ,ପାନୀୟ ଜଳ ଯୋଗାଣ ବିଷୟରେ ଆଲୋଚନା ହୋଇଥିଲା। ସମସ୍ୟା ଗୁଡିକର ତ୍ବରିତ ସମାଧାନ ପାଇଁ ବିଧାୟକ ବିଭିନ୍ନ ବିଭାଗର ଅଧିକାରୀଙ୍କ ସହିତ ଆଲୋଚନା କରି ସମସ୍ୟାର ସମାଧାନ କରାଯିବାକୁ କହିଥିଲେ। ଆଉ କେତେକ ବିଭାଗର ଅଧିକାରୀଙ୍କ ସହିତ ସଙ୍ଗେସଙ୍ଗେ ପଞ୍ଚାୟତବାସୀ ଙ୍କ ସମ୍ମୁଖରେ ଆଲୋଚନା କରିଛନ୍ତି।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ