ଜାଦୁଗର ଉଦ୍ଧବ ପଧାନ ଙ୍କୁ ସଂସ୍କୃତି ସେବା ସମ୍ମାନ

ବୀରମହାରାଜାପୁର: ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଖଣ୍ଡ କାଦୋଦର ସ୍ଥିତ ମାଁ ଉମାଦେବୀ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟାପକ ତଥା ଯାଦୁଗର ଉଦ୍ଧବ ପଧାନ ଙ୍କୁ ସଂସ୍କୃତି ସେବା ସମ୍ମାନରେ ସମ୍ବର୍ଦ୍ଧିତ କରାଯାଇଛି । ଭୁବନେଶ୍ବର ରେବ ସାମାଜୀକ ସାଂସ୍କୃତିକ ଅନୁଷ୍ଠାନ କଳାଭୂମି ଆନୁକୂଲ୍ୟରେ ଅନୁଷ୍ଠିତ ଏକ କାର୍ଯ୍ୟକ୍ରମରେ ଉଦ୍ଧବ ଙ୍କୁ ସମ୍ବର୍ଦ୍ଧିତ କରାଯାଇଛି। ସାମାଜୀଜ ଅନୁଷ୍ଠାନ କଳାଭୂମି ର ସଭାପତି ପ୍ରମୋଦ କୁମାର ପତି ଙ୍କ ପୌରୋହିତ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଭୁବନେଶ୍ବର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଯାଦୁଗର ଉଦ୍ଧବ ପଧାନ ଙ୍କୁ ସମ୍ବର୍ଦ୍ଧିତ କରିଥିଲେ। ଉଦ୍ଧବ ଙ୍କ ଏହି ସଫଳତା ପାଇଁ ସୁବର୍ଣ୍ଣପୁର ଯାଦୁଗର ସଙ୍ଘ ସମେତ ଉମାଦେବୀ ଆଞ୍ଚଳିକ ଉଚ୍ଚ ବିଦ୍ୟାଳୟ ର ଅଧ୍ୟାପିକା ଓ ଆଧ୍ୟାପକ ଏବଂ ଛାତ୍ରୀଛାତ୍ରମାନେ ଶୁଭେଚ୍ଛା ପ୍ରଦାନ କରିଛନ୍ତି।