ଉପଖଣ୍ଡ ସ୍ତରୀୟ ସ୍ଵାଧୀନତା ଦିବସ ପାଳନ ପ୍ରସ୍ତୁତି ବୈଠକ ଉପଜିଲ୍ଲାପାଳ ଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର ) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପଜିଲ୍ଲାପାଳ କାର୍ଯ୍ୟାଳୟ ସଭାଗୃହ ଠାରେ ଉପଖଣ୍ଡ ସ୍ତରୀୟ ସ୍ୱାଧୀନତା ଦିବସ ପାଳନ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି l ବୀରମହାରାଜପୁର ଉପଜିଲ୍ଲାପାଳ ସୁରେନ୍ଦ୍ର ମେହେର ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ସଭାରେ ଡେପୁଟି କଲେକ୍ଟର ଅଜିତ କୁମାର ମିର୍ଦ୍ଧା , ଯୋଗ ଦେଇ କାର୍ଯ୍ୟକ୍ରମ ବିବରଣୀ ପାଠ କରିଥିଲେ l ଆସନ୍ତା ୪ ଅଗଷ୍ଟ ଠାରୁ ବିଭିନ୍ନ ପ୍ରତିଯୋଗିତା ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ କରାଯିବାକୁ ନିଷ୍ପତି ନିଆଯାଇଥିଲା l ଠିକ ସେହିପରି ଅଭ୍ୟାସ ପ୍ୟାରେଟ ୧୧ ଅଗଷ୍ଟ ଠାରୁ ୧୩ ଅଗଷ୍ଟ ପର୍ଯ୍ୟନ୍ତ କରାଯିବା କୁ ବୈଠକ ରେ ସ୍ଥିର କରାଯାଇଛି l ବିଭିନ୍ନ କ୍ଷେତ୍ର ରେ ପାରଦର୍ଶିତା ଥିବା ବ୍ୟକ୍ତି ବିଶେଷ ଏବଂ କୃତି ଛାତ୍ର, ଛାତ୍ରୀ ଙ୍କୁ ଜାତୀୟ ପତାକା ଉତ୍ତୋଳନ ପରେ ସମ୍ମାନିତ କରାଯିବାର ଜଣାଯାଇଛି l ଶୁକ୍ରବାର ପ୍ରସ୍ତୁତି ବୈଠକ ରେ ଆଇ ଆଇ ସି ଗଞ୍ଜୁ ଓରାମ , ବୀରମହାରାଜପୁର ପଞ୍ଚାୟତ ସମିତି ଉପାଧ୍ୟକ୍ଷ ନାରାୟଣ ଲୁହା , ସାମ୍ବାଦିକ ସ୍ଵୟମ୍ଭୁ ନାଥ ଖଣ୍ଡଗିରି , କିଶୋର ହୋତା , ଯୁଗଳ କିଶୋର ମିଶ୍ର , ବରିଷ୍ଠ ନାଗରିକ ସଙ୍ଗଠନ ର ସଭାପତି ଡ. ପ୍ରଫୁଲ୍ଲ କୁମାର ରଥ , ବୀରମହାରାଜପୁର କଲେଜ ଅଧ୍ୟକ୍ଷ ଡ଼କ୍ଟର ହିମାଂଶୁ ଶେଖର ପାଢ଼ୀ , ଉଲୁଣ୍ଡା କଲେଜ ଅଧ୍ୟକ୍ଷ ରମାକାନ୍ତ ବିଶି , ସୂର୍ଯ୍ୟ ନାରାୟଣ ପଣ୍ଡା , ନରୋତ୍ତମ ଚାନ୍ଦ, ମେଘନାଦ ଭୋଇ ଙ୍କ ସମେତବହୁ ମାନ୍ୟ ଗଣ୍ୟ ବ୍ୟକ୍ତି ଯୋଗଦେଇ ଆଲୋଚନା ରେ ଅଂଶଗ୍ରହଣ କରିଥିଲେ l ଶେଷରେ ବାଗବର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଲକ୍ଷ୍ମୀ ନାରାୟଣ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ l