ରକ୍ତ ହୀନତା ମୁକ୍ତ ଗ୍ରାମ ପଞ୍ଚାୟତ କର୍ମଶାଳା ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର) ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବ୍ଲକ ସଭାଗୃହ ଠାରେ ଏକ ଦିବସୀୟ ରକ୍ତହୀନତା ମୁକ୍ତ ଗ୍ରାମପଞ୍ଚାୟତ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏହି କର୍ମଶାଳାରେ ଗ୍ରାମପଞ୍ଚାୟତ ରେ ରକ୍ତ ହୀନତା ର କାରଣ , ନିରାକରଣ ଏବଂ ଏହାର କୁପ୍ରଭାବ ଉପରେ ପୁଙ୍ଖନୁ ପୁଙ୍ଖ ଭାବରେ ଆଲୋଚନା ହୋଇଥିଲା । ଗ୍ରାମ ପଞ୍ଚାୟତ ରେ ଯେପରି କୌଣସି ବ୍ୟକ୍ତି , ଶିଶୁ , କିଶୋର ,କିଶୋରୀ , ଗର୍ଭବତୀ ମହିଳା ରକ୍ତହୀନତାର ଶିକାର ନ ହେବେ ସେନେଇ ଆଲୋଚନା ହୋଇଥିଲା। ରକ୍ତହୀନତା କୁ ରୋକିବା ପାଇଁ କେନ୍ଦ୍ର ସରକାର ଓ ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ସମ୍ପର୍କରେ ଆଲୋଚନା ହୋଇଥିଲା । ରକ୍ତ ହୀନତା ରୋକିବା ପାଇଁ ଗ୍ରାମପଞ୍ଚାୟତର ଦାୟିତ୍ଵ , ସରପଞ୍ଚ ତଥା ନିର୍ବାଚିତ ପଞ୍ଚାୟତ ପ୍ରତିନିଧି ମାନଙ୍କ ଦାଇତ୍ୱ, ଆଶା କର୍ମୀ , ଅଙ୍ଗୱାଡ଼ି ଦିଦି , ଏମ୍ବିକେ, ତଥା ପଞ୍ଚାୟତ ନିର୍ବାହୀ ଅଧିକାରୀ ମାନଙ୍କ ଦାଇତ୍ୱ ବିଷୟରେ ଆଲୋଚନା ମାଧ୍ୟମରେ ତାଲିମ ଦିଆଯାଇଥିଲା । ଏ ପି ଡି ( ତାଲିମ) ଶୈବାଳିନି ପଟ୍ଟନାୟକ ଯୋଗଦେଇ ଉପସ୍ଥିତ ଥିବା ସମସ୍ତ ତାଳିମାର୍ଥି ଙ୍କୁ ରକ୍ତହୀନତା ମୁକ୍ତ ଗ୍ରାମପଞ୍ଚାୟତ ଗଠନ ପାଇଁ କାମ କରିବାକୁ କହିଥିଲେ । ଜି ପି ଇ ଓ ଆଦିତ୍ୟ ମେଣ୍ଡଲୀ ଙ୍କ ଉପସ୍ଥିତିରେ ସମ୍ବଳ ବ୍ୟକ୍ତି ରାଧାକାନ୍ତ ବାଘ , ଶେଷଦେବ ବାରିକ ଓ ପ୍ରକାଶ କୁମାର ପୁରୋହିତ ତାଲିମ ପ୍ରଦାନ କରିଥିଲେ । ବହୁ ପି ଇ ଓ , ଆଶା କର୍ମୀ , ଅଙ୍ଗୱାଡ଼ି ଦିଦି, ଏମ୍ବିକେ ପ୍ରମୁଖ ତାଲିମ ଗ୍ରହଣ କରିଥିଲେ । ତାଲିମ କାର୍ଯ୍ୟକ୍ରମକୁ ଆରଜିଏସଏ ବ୍ଲକ କୋଡ଼ିନେଟର ବାବୁଲୁ ମିଶ୍ର ପରିଚାଳନା କରିଥିଲେ ।