Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ମହିମା ଆଶ୍ରମରେ ନବାନ୍ନ ମହୋତ୍ସବ ପାଳନ ପ୍ରସ୍ତୁତି ବୈଠକ

ଝାରସୁଗୁଡା ୨୭/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ପଞ୍ଚଗାଁ ପଞ୍ଚାୟତ ଅନ୍ତର୍ଗତ ମହିମା ପୁରମ ବିଜାପାଲି,ପଞ୍ଚଗାଁ ମହିମା ଆଶ୍ରମରେ ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ପବିତ୍ର ରାକ୍ଷୀ ପୂର୍ଣ୍ଣିମା ଦିନ ମହିମା ଧର୍ମାଲମ୍ବୀ ସାଧୁସନ୍ଥଙ୍କ ୨୯ ତମ ନବାନ୍ନ ମହୋତ୍ସବ ପାଳିତ ହେବ । ତେଣୁ ଏହି ଅବସରରେ ମହିମା ଆଶ୍ରମ ପରିସରରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଥିଲା । ବିଜାପାଲି ,ପଞ୍ଚଗାଁ ମହିମା ଆଶ୍ରମର ସାଧୁ ଚିତ୍ରସେନ ଦାସ, ସାଧୁ ସ୍ୱରୂପାନନ୍ଦ ଦାସ,ସାଧୁ ନିର୍ମାୟାନନ୍ଦ ଦାସ ଏବଂ ସାଧୁ ହରିହର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ଅନୁଷ୍ଠିତ ବୈଠକରେ ମହିମା ଆଶ୍ରମରେ ନବାନ୍ନ ମହୋତ୍ସବକୁ କିପରି ଭାବେ ପାଳନ କରାଯିବ ସେ ବିଷୟରେ ଆଲୋଚନା ହେବା ସହ ବିଭିନ୍ନ କାର୍ଯ୍ୟକ୍ରମ ମଧ୍ୟରେ ନବାନ୍ନ ପୂର୍ବ ସନ୍ଧ୍ୟାରେ ଅଖଣ୍ଡ ଦୀପ ଅର୍ପଣ ପୁର୍ବକ ଜଗତର କଲ୍ୟାଣ ନିମନ୍ତେ ବିଶ୍ଵଶାନ୍ତି ବ୍ରହ୍ମଯଜ୍ଞରେ ଘୃତାହୁତି,ନାମ ଭଜନ ଏବଂ ତା ପରଦିନ ଶୁଭ ମୁହୂର୍ତ୍ତରେ ଶୁନ୍ୟବ୍ରହ୍ମ ମହାପ୍ରଭୁଙ୍କୁ ନବାନ୍ନ ଅର୍ପଣ ତଥା ସାଧୁ ସନ୍ଥ ଓ ଭକ୍ତ ମାନେ ସାମୁହିକ ଭାବେ କିପରି ଶାନ୍ତି ଶୃଙ୍ଖଳା ସହ ନବାନ୍ନ ଭକ୍ଷଣ କରିବେ ସେ ଉପରେ ମଧ୍ୟ ବିସ୍ତୃତ ଭାବେ ଆଲୋଚନା ହୋଇଥିଲା । ଅନ୍ୟ ମାନଙ୍କ ମଧ୍ୟରେ ବଡଭାଇ ବିରଞ୍ଚି ସାହୁ, ଭକ୍ତ ଯୋଗେନ୍ଦ୍ର ପୂଜାରୀ,ଥଣ୍ଡାରାମ ବେହେରା, ଘାସିରାମ ଖଡ଼ିଆ,ଯୀଶୁ ଭୋଇ,ଦୁଃଖ ନାସନ ସା, ନଟବର ଭୋଇ ପ୍ରମୁଖ ଭକ୍ତ ବୃନ୍ଦ ଉପସ୍ଥିତ ଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ