Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଜକା ପକ୍ଷରୁ ମାଛ ଚାଷ ତାଲିମ ଶିବିର

ଝାରସୁଗୁଡ଼ା ୨୭/୭ (ଓଡ଼ିଶା ନ୍ୟୁଜ) ଝାରସୁଗୁଡ଼ା ଜିଲ୍ଲା ଲଖନପୁର ବ୍ଲକ ଭିକମପାଲି ପଞ୍ଚାୟତ ସ୍ଥିତି ଜିଲ୍ଲା ଖଣିଜ ପ୍ରତିଷ୍ଠାନ ସମ୍ବଳ କେନ୍ଦ୍ରରେ ଆଞ୍ଚଳିକ ଜନ କଲ୍ୟାଣ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଦ୍ଵାରା ପରିଚାଳିତ ସମନ୍ୱିତ ଗ୍ରାମ ବିକାଶ କାର୍ଯକ୍ରମ ଅଧୀନରେ ମାଛ ଚାଷ ସମ୍ବନ୍ଧରେ ଏକ ତାଲିମ ଅନୁଷ୍ଠିତ ହୋଇଥିଲା । ଉକ୍ତ ତାଲିମ ଶିବିରରେ ପ୍ରଶିକ୍ଷକ ଭାବେ ପ୍ରଶାନ୍ତ କୁମାର ଓରେନ ଯୋଗାଦାନ କରି ଉନ୍ନତ ପ୍ରଣାଳୀରେ ମାଛ ଚାଷ କରି କିପରି ଲାଭାନ୍ମୀତ ହୋଇ ପାରିବେ ସେ ବିଷୟରେ ଉପସ୍ଥିତ ମାଛ ଚାଷୀ ମାନଙ୍କୁ ତାଲିମ ପ୍ରଦାନ କରିଥିଲେ । ଏହି ଅବସରରେ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଆଜକା ର ମୁଖ୍ୟ ଗୌତମ ବେହେରା ଯୋଗ ଦେଇ ସମସ୍ତ କୃଷକ ମାନଙ୍କୁ ତାଲିମର ଆବଶ୍ୟକତା ଏବଂ ସବିଶେଷ ତଥ୍ୟ ଉପସ୍ଥାପନ କରିଥିଲେ । ଉକ୍ତ ତାଲିମ ଶିବିରରେ ଭିକମପାଲି, ପଲସଦା, ପଞ୍ଚଗାଁ, ଅତାବିରା, ମଚିଦା, କତରବଗା, ସମରବଗା, କନକତୋରା,ଚାରପାଲି ପଞ୍ଚାୟତର ୩୦ ଜଣ ମାଛ ଚାଷୀ ଶିବିରରେ ଅଂଶଗ୍ରହଣ କରି ତାଲିମ ନେଇଥିଲେ । ସମନ୍ୱିତ ଗ୍ରାମ କାର୍ଯ୍ୟକ୍ରମର ପ୍ରୋଜେକ୍ଟ ମ୍ୟାନେଜର ଅଭିନାଶ ପଟ୍ଟନାୟକ, ସିଓଓ ଦୀପ୍ତି ରଞ୍ଜନ ମହାନ୍ତି, ଅଶୋକ ପଧାନ, ସିପୁନ କୁମାର ମାଝୀ, ତୃପ୍ତିମୟୀ ସାଏ ତଥା ସିଆରପି ଙ୍କ ସମେତ ସମସ୍ତ କାର୍ଯ୍ୟକର୍ତ୍ତା ପରିଚାଳନାରେ ସହଯୋଗ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ