ବୀରମହାରାଜପୁର ସରସ୍ଵତୀ ଶିଶୁ ମନ୍ଦିରରେ ମାତୃ ସମ୍ମିଳନୀ ଅନୁଷ୍ଠିତ


ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସଦର ମହକୁମା ସ୍ଥିତ ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିରର ବାଟିକା ବିଭାଗରେ ଆଜି ଅପରାହ୍ନ ସମୟରେ ମାତୃ ସମ୍ମିଳନୀ ଅନୁଷ୍ଠିତ ହୋଇ ଯାଇଛି । ଏହି ସମ୍ମିଳନୀରେ ବିଦ୍ୟାଳୟ ପରିଚାଳନା ସମିତିର ଉପ ସଭାପତି ଡକ୍ଟର ଦ୍ବିତୀକୃଷ୍ଣ ପଣ୍ଡା , ସଂପାଦକ ରାଜେନ୍ଦ୍ର ପ୍ରଧାନ , ଯୁଗ୍ମ ସଂପାଦକ ପ୍ରଦୀପ ସ୍ୱାଇଁ , ସଦସ୍ୟା ସୁଜାତା ପ୍ରଧାନ ପ୍ରମୁଖ ଯୋଗଦାନ କରିଥିଲେ । ସୁଶ୍ରୀ ସ୍ମିତା କର୍ଣ୍ଣ ମୁଖ୍ୟ ଅତିଥି ଭାବେ ଯୋଗଦାନ କରି ପ୍ରଦୀପ ପ୍ରଜ୍ଜ୍ୱଳନ ପୂର୍ବକ ଶିଶୁର ପ୍ରାଥମିକ ଯତ୍ନ ସହିତ ଶିଶୁର ମନସ୍ତତ୍ତ୍ୱ ସଂପର୍କରେ ଉପସ୍ଥିତ ଅଭିଭାବିକା ମାନଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ । ସମ୍ମିଳନୀରେ ୧୫୦ରୁ ଅଧିକ ମାତୃବର୍ଗ ଯୋଗ ଦେଇଥିଲେ । ଆଚାର୍ଯ୍ୟା ନମିତା କର ସଭା ସଂଯୋଜନା କରିଥିବା ବେଳେ ପ୍ରଧାନ ଆଚାର୍ଯ୍ୟ ଜନକରାମ ପଟେଲ ସ୍ବାଗତ କରିଥିଲେ । ଗୁରୁମା ଅହଲ୍ୟା ଗଡୁଆ , ମହିମା ନିଗମ ସାହୁ , ସୁଜାତା ପୁରୋହିତ , ରଶ୍ମି ପାଣିଗ୍ରାହୀ ପ୍ରମୁଖ ନାଚ ମାଧ୍ୟମରେ କିଭଳି ଶିଶୁ ମାନଙ୍କୁ ଶିକ୍ଷା ପ୍ରଦାନ କରା ଯାଉଛି ସେ ସଂପର୍କରେ ଅଭିଭାବିକା ମାନଙ୍କୁ ଅବଗତ କରାଇଥିଲେ । ଶିଶୁ ଭଉଣୀମାନେ ମଧ୍ୟ ଠୁକ୍‌ଲୁ ଠାକ୍‌ଲୁ ଛମ୍ ଛମ୍ ଛମ୍ ଗୀତ ସହିତ ନୃତ୍ୟ ପରିବେଷଣ କରିଥିଲେ । ଏହି କ୍ରମରେ ବିଦ୍ୟାଳୟରେ ଶିଶୁ ମାନଙ୍କ ସମୟାନୁବର୍ତ୍ତିତା , ସମତା ଜଳପାନ , ପୋଷାକ ପରିପାଟୀ ଆଦି ବିଭିନ୍ନ ବିଷୟରେ ଚର୍ଚ୍ଚା ହୋଇଥିଲା । ଶେଷରେ ଆଚାର୍ଯ୍ୟ ଗୋବିନ୍ଦ ସାହୁ ଧନ୍ୟବାଦ ଅର୍ପଣ କରିଥିଲେ ।