Odisha.News

Odia News Odisha.News,ଓଡ଼ିଆ ନିଉଜ, Odia Sambad, ଓଡ଼ିଆ ଖବର , Today News Odia, Odia News Portal, ବଡ ଖବର , Odisha Dot News

ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟ ରେ ଆଧ୍ୟାତ୍ମିକ ପ୍ରବଚନ କାର୍ଯ୍ଯକ୍ରମ

ବୀରମହାରାଜପୁର : (ସୌମିତ୍ରି ମେହେର)
ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ସ୍ଥିତ ବରିଷ୍ଠ ନାଗରିକ ସଂଗଠନ କାର୍ଯ୍ୟାଳୟରେ ସୋମବାର ପୂର୍ବାହ୍ନ ୧୧ ଘଣ୍ଟା ସମୟରେ ଏକ ପ୍ରବଚନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପୂର୍ବ ନିର୍ଦ୍ଧାରିତ ସୂଚୀମତେ ପବିତ୍ର ଶ୍ରାବଣ ମାସର ତୃତୀୟ ସୋମବାର ଅବସରରେ ଭଗବାନ ଶିବ ଶଙ୍କରଙ୍କ ଉପରେ ଆଧ୍ୟାତ୍ମିକ ପ୍ରବଚନ ରଖିଥିଲେ ଅନୁଷ୍ଠାନ ର ବରିଷ୍ଠ ସଦସ୍ୟ ଭୂଷଣ କୁମାର ପାତ୍ର । ନନ୍ଦିଘୋଷ ଆଧ୍ୟାତ୍ମିକ ପରିଷଦର ସଭାପତି ଯୁଗଳ କିଶୋର ମିଶ୍ର , ବ୍ୟାସ ଗାୟକ ସତ୍ୟ ନାରାୟଣ ଚାନ୍ଦ, ଦ୍ବିତୀକୃଷ୍ଣ ପଣ୍ଡା , ଶଙ୍କର ମେହେର, ଦିଲ୍ଲିପ ତ୍ରିପାଠୀ , ମୀନକେତନ ମେହେର ପ୍ରମୁଖ ବାଦ୍ୟଯନ୍ତ୍ର ,ପାଳିଆ ଓ ଶବ୍ଦ ଗ୍ରହଣ ରେ ସହଯୋଗ କରିଥିଲେ। ଅନୁଷ୍ଠାନର ସଭାପତି ଡକ୍ଟର ପ୍ରଫୁଲ୍ଲ କୁମାର ରଥଙ୍କ ଆଧ୍ୟାତ୍ମିକ ବାର୍ତ୍ତା ପରେ ସଦସ୍ୟ ଜୀତେନ୍ଦ୍ର ପ୍ରଧାନଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବିଶିଷ୍ଟ ପ୍ରବକ୍ତା ତଥା ଅନୁଷ୍ଠାନର ପୂର୍ବତନ ସଭାପତି କୃଷ୍ଣଚନ୍ଦ୍ର ପାଢ଼ୀ , ଭଗବାନ ମିଶ୍ର , ଉପ ସଭାପତି ସୌମିତ୍ରି ମେହେର , ସଂପାଦକ ସନ୍ତୋଷ କୁମାର ଷଡଙ୍ଗୀ , କୋଷାଧ୍ୟକ୍ଷ ଦୟାନିଧି ହୋତା ପ୍ରମୁଖ ଉପସ୍ଥିତ ଥିଲେ I ପାରାୟଣ ଗାୟକ ଶ୍ରୀନିବାସ ନାୟକ, ପୀତବାସ ପଣ୍ଡା , , ଚମରା ମହାକୁର , ଜ୍ଞାନେନ୍ଦ୍ର ତ୍ରିପାଠୀ , ଦିଲ୍ଲିପ ମିଶ୍ର, ନିତ୍ୟାନନ୍ଦ ତ୍ରିପାଠୀ , ବଳରାମ କାଣ୍ଡ ,ଶ୍ୟାମସୁନ୍ଦର ସେଠି , ଦାମୋଦର ମିଶ୍ର , କୃଷ୍ଣ ଚନ୍ଦ୍ର ମଲ୍ଲିକ, ରାଧେଶ୍ୟାମ ରାଏ, ବାସୁଦେବ ରଥ , ଗୋପୀନାଥ ମହାକୁର , ବାସୁଦେବ ପଣ୍ଡା , ଇନ୍ଦ୍ରଜିତ ପରୁଆଏ,ଅକ୍ରୂର ଦନ୍ତା , ଧନୁର୍ଦ୍ଧର ମିର୍ଦ୍ଧା ଙ୍କ ସହିତ ବହୁ ଅନୁଷ୍ଠାନ ର ସଦସ୍ୟ ମାନେ ଯୋଗଦାନ କରିଥିଲେ ।

ତାଜା ଖବରର ଅପଡେଟ୍ ପାଇବା ପାଇଁ ଆମର ଆପ୍ ଡାଉନଲୋଡ୍ କରନ୍ତୁ